ମୁୁଗଲସରାଇ ଷ୍ଟେସନ ନାମ ବଦଳିଲା

0

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ସରକାର ପ୍ରସିଦ୍ଧ ମୁଗଲସରାଇ ରେଳ ଷ୍ଟେସନ୍‍ର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବ ସୂଚନାନୁସାରେ ଏହି ଷ୍ଟେସନ୍‍ର ନାମ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ’ ରଖାଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୬୮ ଫେବୃଆରୀ ୧୧ରେ ଜନସଂଘ ନେତା ଦୀନଦୟାଲଙ୍କର ଏହି ଷ୍ଟେସନ୍‍ରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ମୃତିରେ ଷ୍ଟେସନ୍‍ର ନାମକରଣ ପାଇଁ ୨୦୧୭ରେ ଯୋଗୀ ଆଦିତ୍ୟନାଥ ସରକାର କ୍ଷମତାକୁ ଆସିବା ପରେ ଏ ନେଇ ପ୍ରୟାସ ଆରମ୍ଭ କରିଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ; ଯାହାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ସରକାରଙ୍କ ସମୟରେ ନିର୍ମିତ ମୁଗଲସରାଇ ହେଉଛି ଦେଶର ଚତୁର୍ଥ ବ୍ୟସ୍ତତମ ଷ୍ଟେସନ। ଏହା ଦିଲ୍ଲୀ-ହାଓଡ଼ା ମଧ୍ୟରେ ମୁଖ୍ୟ ରେଳ ଲାଇନ୍‍ ଅନ୍ତର୍ଗତ।

Leave A Reply