୨୦୧୯ରୁ ତାମିଲ ନାଡୁରେ ପ୍ଲାଷ୍ଟିକ ନିଷେଧ!

0

ଚେନ୍ନାଇ:   ୨୦୧୯ ମସିହାରୁ ତାମିଲନାଡୁରେ ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଇ କେ ପାଲାନସ୍ୱାମୀ ଘୋଷଣା କରିଛନ୍ତି । କେବଳ କ୍ଷୀର, ତେଲ ଓ ଅନ୍ୟ ମୌଳିକ ବସ୍ତୁ ପ୍ୟାକିଂ ପାଇଁ ଏହି ନିୟମ  କୋହଳ କରାଯିବ । ୨୦୧୭ ମସିହାରେ ୫୧ ମାଇକ୍ରୋନରୁ କମ୍‌ ପ୍ଲାଷ୍ଟିକ ବ୍ୟାଗ ତିଆରି ଉପରେ ତାମିଲନାଡୁରେ ବାରଣ କରାଯାଇଥିଲା ।

ତାମିଲନାଡୁରେ ପ୍ଲାଷ୍ଟିକକୁ ବାରଣ  କରାଯିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ସେମାନଙ୍କର ପରାମର୍ଶ ଅନୁସାରେ  ୨୦୧୯ ମସିହା ଆରମ୍ଭରୁ ପ୍ଲାଷ୍ଟିକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଲାଗୁ ହେଲେ ପଲିଥିନ୍‌  ଓ ପ୍ଲାଷ୍ଟିକ୍‌  ବ୍ୟାଗ, ପ୍ଲେଟ୍‌ , କପ୍‌ ଓ ପ୍ଲାଷ୍ଟିକର ପତାକାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବ । ପରିବେଶ ଉପରେ ଏହାର ଖରାପ ପ୍ରଭାବ ପଡୁଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି ।

Leave A Reply