www.samajalive.in
Wednesday, December 10, 2025
26.1 C
Bhubaneswar

ମହତ୍ତ୍ୱାକାଂକ୍ଷୀ ବଜେଟ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବଜେଟ୍‌ରେ ଯେଉଁ ନୂଆ ନୂଆ ସଂସ୍କାର ସଂପର୍କରେ ଘୋଷଣା କରାଯାଇଛି ତାହା ଅର୍ଥନୀତିକୁ ସୁଦୃଢ କରିବା ସହ ଯୁବଗୋଷ୍ଠୀଙ୍କ ଲାଗି ରୋଜଗାର ଓ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବ। ବଜେଟ୍‌ ୨୦୨୦-୨୧ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଦଶନ୍ଧିର ଲକ୍ଷ୍ୟ ଓ ଦୂରଦୃଷ୍ଟିକୁ ଏହି ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି ଏବଂ ତଦନୁଯାୟୀ କ୍ରିୟାନ୍ବୟନ ଯୋଜନା ସଂପର୍କରେ ନକ୍ସା ପ୍ରସ୍ତୁତ କରାଯାଇଛି।

ଆଧୁନିକ ଓ ନୂତନ ଭାରତ ଗଠନ ଲାଗି ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ଯେଉଁ ବିକାଶ ଲୋଡ଼ା ତାହାକୁ ପ୍ରାଧାନ୍ୟ ଦିଆଯାଇଛି। ସବ୍‌କା ସାଥ୍‌, ସବ୍‌କା ବିକାଶ ଓ ସବ୍‌କା ବିଶ୍ବାସର ମନ୍ତ୍ରନେଇ ଦୂରଦୃଷ୍ଟି ସମ୍ପନ୍ନ, ସଂସ୍କାରଧର୍ମୀ, ସାମଗ୍ରିକ କ୍ଷେତ୍ର ଉପରେ ଫୋକସ୍‌ କରାଯାଇଛି। ସରକାରୀ ଚାକିରି ଲାଗି ବିଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ଅନ୍‌ଲାଇନ୍‌ ପରୀକ୍ଷା କରାଯିବ। ଏଥିପାଇଁ ଜାତୀୟ ନିଯୁକ୍ତି ସଂସ୍ଥା (ନେସନାଲ ରିକ୍ରୁଟ୍‌ମେଣ୍ଟ ଏଜେନ୍ସି) ଗଠନ କରାଯାଇଛି। ପୂର୍ବରୁ କୌଣସି ଫାର୍ମ ଲାଗି ୧ କୋଟି ଟଙ୍କାର ବାର୍ଷିକ କାରବାର ଉପରେ ଅଡିଟ୍‌ ସାର୍ଟିଫିକେଟ୍‌ ଦରକାର ପଡୁ ନଥିବାବେଳେ ଏବେ ତାହାକୁ ୫ କୋଟି ଟଙ୍କାକୁ ବଢାଇ ଦିଆଯାଇଛି। ଏକ୍ଷେତ୍ରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସାର୍ଟିଫିକେଟ୍‌ର ଆବଶ୍ୟକତା ପଡିବନି। ଷ୍ଟାର୍ଟ ଅଫ୍ ଓ ରିୟଲ ଇଷ୍ଟେଟ୍‌ ତଥା ବିଦେଶୀ ନିବେଶକଙ୍କ ଲାଗି ଟିକସ ରିଆତି ବ୍ୟବସ୍ଥା ମଧ୍ୟ କରାଯାଇଛି। ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଲାଗି ବହୁବିଧ ଘୋଷଣା କରାଯାଇଛି। ଦେଶର ଅର୍ଥନୀତିକୁ ଆଗକୁ ନେବାରେ ସେମାନଙ୍କ ଯୋଗଦାନ ମହତ୍ତ୍ବପୂର୍ଣ୍ଣ। ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ଲାଗି ୧୬ ସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଛି। ସମସ୍ତଙ୍କ ଲାଗି ବିମାନ ସେବା ପ୍ରଦାନ ଓ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ମଜବୁତ କରିବା, ସାମୁଦ୍ରିକ ଅର୍ଥନୀତିକୁ ପ୍ରଭାବୀ କରିବା ଲାଗି ଆଉ ୧୦୦ଟି ବିମାନ ବନ୍ଦର ନିର୍ମାଣ ଉପରେ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories