www.samajalive.in
Sunday, December 7, 2025
23.1 C
Bhubaneswar

‘ଐତିହାସିକ ଅନ୍ୟାୟ’ ସୁଧାରିବାକୁ ସିଏଏ ଆଣିଛୁ: ମୋଦୀ

ନୂଆଦିଲ୍ଲୀ: ଏକ ‘ଐତିହାସିକ ଅନ୍ୟାୟ’ ସୁଧାରିବା ସହିତ ପଡ଼ୋଶୀ ଦେଶର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ବିଜେପି ଦେଇଥିବା ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ଲାଗି କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ(ସିଏଏ) ଆଣିଛନ୍ତି। ନୂଆଦିଲ୍ଲୀରେ ମଙ୍ଗଳବାର ଅନୁଷ୍ଠିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି)ର ବାର୍ଷିକ ରାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ମୋଦୀ କହିଛନ୍ତି, ଦଶନ୍ଧି ଧରି ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ବର୍ତ୍ତମାନର ସରକାର ଚେଷ୍ଟା କରୁଛି। ପୂର୍ବର ସରକାର ସମସ୍ୟାଗୁଡ଼ିକୁ ଆଇନଶୃଙ୍ଖଳା ପ୍ରସଙ୍ଗ ଭଳି ବ୍ୟବହାର କରିଆସୁଥିଲେ। ଜାମ୍ମୁ-କାଶ୍ମୀରରେ ସ୍ବାଧୀନତା ପରଠାରୁ ସମସ୍ୟା ଲାଗି ରହିଛି। କିଛି ପରିବାର ଏବଂ ରାଜନୈତିକ ଦଳ ପ୍ରସଙ୍ଗଗୁଡ଼ିକୁ ସମାଧାନ ନ କରି ନିଜର ଫାଇଦା ପାଇଁ ସେଗୁଡ଼ିକୁ ବଞ୍ଚାଇ ରଖିଥିଲେ, ଯେଉଁଥିପାଇଁ ସେଠାରେ ଆତଙ୍କବାଦ ବୃଦ୍ଧି ପାଇଛି। ମୋଦୀ ପାକିସ୍ତାନକୁ କଡ଼ା ସମାଲୋଚନା କରି କହିଥିଲେ, ଏହି ପଡ଼ୋଶୀ ଦେଶ ଆମଠାରୁ ୩ ଥର ଯୁଦ୍ଧରେ ପରାସ୍ତ ହୋଇଛି। କିନ୍ତୁ ଆମ ସହ ଛାୟା ଯୁଦ୍ଧ କରୁଛି। ଆମ ସେନା ୩୦ ମିନିଟ ମଧ୍ୟରେ ପାକିସ୍ତାନକୁ ଧୂଳି ଚଟାଇବାକୁ ସକ୍ଷମ ବୋଲି ମୋଦୀ କହିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories