www.samajalive.in
Tuesday, December 9, 2025
23.1 C
Bhubaneswar

ନିର୍ଭୟା ମାମଲା: ଆଜି ଘୋଷଣା ହୋଇପାରେ ୪ ଅଭିଯୁକ୍ତଙ୍କ ଫାଶୀ ତାରିଖ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଫାଶୀ ତାରିଖ ମଙ୍ଗଳବାର ଘୋଷଣା ହୋଇପାରେ। ତିହାର ଜେଲ୍‌ରେ ଫାଶୀ ଦିଆଯିବା ନେଇ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କେବଳ କୋର୍ଟଙ୍କ ଆଦେଶକୁ ଅପେକ୍ଷା ରହିଛି।

ଫାଶୀ ଦେବା ଲାଗି ଜେଲରେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ନୂଆ ସ୍ଥାନ ପ୍ରସ୍ତୁତ କରାଯାଇଛି, ଯେଉଁଠି ୪ ଅଭିଯୁକ୍ତଙ୍କୁ ଏକା ସାଙ୍ଗରେ ଫାଶୀ ଦିଆଯିବ ବୋଲି ଜଣାପଡ଼ିଛି। କୋର୍ଟଙ୍କ ଆଦେଶ ପରେ ଜେଲ ପକ୍ଷରୁ ଫାଶୀ ଦିଆଯିବାରେ କୌଣସି ପ୍ରକାର ବିଳମ୍ବ କରାଯିବ ନାହିଁ ଜେଲ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ, ନିର୍ଭୟାଙ୍କ ମା’ଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିଶନର ଶୁଣାଣି ପାଇଁ ପଟିୟାଲା ହାଉସ କୋର୍ଟ ଜାନୁୟାରୀ ୭ ଅର୍ଥାତ ମଙ୍ଗଳବାରକୁ ଦିନ ଧାର୍ଯ୍ୟ କରିଥିଲେ। ଆଜି କୋର୍ଟରେ ଏହା ଉପରେ ଶୁଣାଣି ହେବ। ଅନ୍ୟପଟେ ଅଭିଯୁକ୍ତମାନେ ଜେଲରେ ନୂଆ ଅପରାଧ ଯୋଜନା ରଚିବାର ଷଡ଼ଯନ୍ତ୍ର କରୁଥିବା ଖବର ମିଳିଥିଲା। ଅଭିଯୁକ୍ତମାନେ ନିଜ ଉପରେ ନୂଆ ଆପରାଧିକ ମାମଲା ରୁଜୁ କରାଇବା ଲାଗି ଉଦ୍ୟମ କରୁଥିବା ସୂଚନା ମିଳିଥିଲା, ଯାହା ଫଳରେ ସେମାନଙ୍କ ଫାଶୀ ଦଣ୍ଡ କିଛି ସମୟ ପାଇଁ ଟଳିଯିବ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories