www.samajalive.in
Saturday, December 6, 2025
26.1 C
Bhubaneswar

କଂଗ୍ରେସର ନାମାଙ୍କନପତ୍ର ଦାଖଲ

ସମ୍ବଲପୁର : ସମ୍ବଲପୁର ଲୋକସଭା ଓ ରେଙ୍ଗାଲି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମାନେ ଶୁକ୍ରବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସମ୍ବଲପୁର ବାଲିବନ୍ଧା ନିକଟରୁ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ତଥା ନିଜର ସମର୍ଥକଙ୍କ ଗହଣରେ ସମ୍ବଲପୁର କଂଗ୍ରେସ ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଓ ରେଙ୍ଗାଲି ବିଧାନସଭା କଂଗ୍ରେସ ପ୍ରାର୍ଥୀ ଦିଲିପ ଦୂରିଆ ଜିଲାପାଳଙ୍କୁ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ପ୍ରଦାନ କରିଛନ୍ତି। ଲୋକସଭା ପ୍ରାର୍ଥୀ ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଠାରେ ଓ ବିଧାନସଭା ପ୍ରାର୍ଥୀ ଅତିରିକ୍ତ ଜିଲାପାଳ ଅଜାମ୍ବର୍ ମହାନ୍ତିଙ୍କ ଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ଅବସରରେ ଉଭୟ ଲୋକସଭା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ, ତାଙ୍କ ସହ ଜନ ସମର୍ଥନ ଥିବା କହିଥିବା ବେଳେ କଂଗ୍ରେସର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବ। ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର କହିଛନ୍ତି।

ରେଙ୍ଗାଲି ଅଞ୍ଚଳ ରାଜ୍ୟକୁ ସବୁଠାରୁ ବେଶୀ ରାଜସ୍ବ ଦେଉଥିବା ବେଳେ ଏହି ଅଞ୍ଚଳ ସବୁଠାରୁ ଅବହେଳିତ ରହିଛି। ଏଣୁ ରେଙ୍ଗାଲି ଅଞ୍ଚଳର ସବୁ ଜନ ସମସ୍ୟା ସମାଧାନ କରିବା ତାଙ୍କର ପ୍ରାଥମିକତା ହେବ ବୋଳି ରେଙ୍ଗାଲି କଂଗ୍ରେସ ପ୍ରାର୍ଥୀ ଦିଲୀପ ଦୁରିଆ କହିଛନ୍ତି। ଏହି ଅବସରରେ ଜିଲା କଂଗ୍ରେସ ସଭାପତି ଜୟ ଶଙ୍କର ମିଶ୍ର, କିରଣ ଦୂରିଆ, ଅର୍ଣ୍ଣବ୍ ବାବୁ, ସରୋଜ ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories