ସୁନ୍ଦର ଓ ଚମକପ୍ରଦ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ଯୁବକ ହୁଅନ୍ତୁ ଅଥବା ଯୁବତୀ ସମସ୍ତେ ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଦାମୀ କ୍ରିମର ବ୍ୟବହାର କରିଥାଆନ୍ତି। କ୍ରିମ ବ୍ୟତୀତ ବହୁ ପ୍ରାକୃତିକ ଦ୍ରବ୍ୟ ରହିଛି, ଯାହାର ବ୍ୟବହାର କରିବା ଦ୍ୱାରା ତ୍ୱଚାର ସୁନ୍ଦରତା ଦ୍ୱିଗୁଣିତ ହୋଇଯାଏ। ସେଭଳି ଏକ ଦ୍ରବ୍ୟ ହେଉଛି କମଳା ଚୋପାର ଫେସ ପ୍ୟାକ୍ …..
– କମଳା ଖାଇବାକୁ ଯେପରି ସୁଆଦିଆ ଓ ସ୍ୱାସ୍ଥ୍ୟ ପାଇଁ ହିତକାରକ, ସେଭଳି ଏହାର ଚୋପାର ଫେସ ପ୍ୟାକ ମଧ୍ୟ ତ୍ୱଚା ପାଇଁ ଖୁବ ଉପକାରୀ।
– ପ୍ରଥମେ କମଳାର ଚୋପାକୁ ଭଲ ଭାବେ ଖରାରେ ଶୁଖାଇ ଦିଅନ୍ତୁ। ଭଲ ଭାବେ ଶୁଖାଇବା ପରେ ଏହାକୁ ପେଷି ଦିଅନ୍ତୁ।
ପେଷିବା ପରେ ଏହି କମଳା ଚୋପା ଗୁଣ୍ଡରେ ହଳଦୀ ଗୁଣ୍ଡ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ।
– ଭଲ ଭାବେ ମିଶାଇବା ପରେ ଏଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
– ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଶୁଖିବା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।
– ସପ୍ତାହକୁ ଥରେ ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ବ୍ୟବହାର କରନ୍ତୁ ଏହି ଘରୋଇ ଫେସ ପ୍ୟାକ୍
Popular Categories



