www.samajalive.in
Monday, December 8, 2025
13.1 C
Bhubaneswar

ଘନଉଛି ପରାଗରେ ବିରିୟାନୀ ଖିଆ ବିବାଦ: ୨ ହେତୁବାଦୀଙ୍କ ନାଁରେ ମାମଲା

ଡେସ୍କ: ସୂ​‌ର୍ଯ୍ୟୋପରାଗରେ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏନେଇ ପୁରୀ ସିଂହଦ୍ବାର ଥାନାରେ ଶୁକ୍ରବାର ୨ ହେତୁବାଦୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର ସୂତାରଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ବ୍ରାହ୍ମଣ ସମାଜ ଏତଲା ଆଧାରରେ ରୁଜୁ ହୋଇଛି ମାମଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୂ​‌ର୍ଯ୍ୟୋପରାଗରେ ପରମ୍ପରା ବିରୋଧୀ ମନ୍ତବ୍ୟ ଅଭିଯୋଗ ପ୍ରସଙ୍ଗରେ ହେତୁବାଦୀ ପ୍ରତାପ ରଥକୁ ଲିଗାଲ୍‌ ନୋଟିସ୍‌ ହୋଇଛି। ହାଇକୋର୍ଟ ଆଇନଜୀବୀ ସନ୍ଦିପନ ମିଶ୍ରଙ୍କ ପକ୍ଷରୁ ଏହି ଲିଗାଲ୍‌ ନୋଟିସ୍‌ କରାଯାଇଛି। ୭ ଦିନ ମଧ୍ୟରେ ନିର୍ଦିଷ୍ଟ ଉତ୍ତର ନେଦେଲେ ମାମଲା ରୁଜୁ ହେବ ବୋଲି କହିଛନ୍ତି ଆଇନଜୀବୀ ସନ୍ଦିପନ ମିଶ୍ର।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories