www.samajalive.in
Saturday, December 6, 2025
26.1 C
Bhubaneswar

ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି – ରାଷ୍ଟ୍ରପତି

କଟକ : ଆଜି ମଧ୍ୟାହ୍ନରେ କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ ରାଇସ୍‌‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) ରେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି।
ସେ କହିଛନ୍ତି, ଆଜି ଏଠାରେ ଉପସ୍ଥିତ ରହି ସେ ବହୁତ ଖୁସି। ଯୁବ ଏବଂ ମହିଳା ବୈଜ୍ଞାନିକଙ୍କୁ ଦେଖି ବହୁତ ଖୁସି। ଏହାସହ ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ବିଭିନ୍ନ ପୂଜା ପାର୍ବଣରେ ଧାନର ଭୂମିକା ଅନସ୍ୱୀକାର୍ଯ୍ୟ। ଚାଉଳକୁ ଜୀବନର ଶସ୍ୟ ବୋଲି କୁହାଯାଏ। ଚାଉଳ ସହ ଆମର ବହୁ ପରମ୍ପରା ଯୋଡି ହୋଇ ରହିଛି। ଭାରତ ବିଭିନ୍ନ ରାଷ୍ଟ୍ରକୁ ଚାଉଳ ରପ୍ତାନୀ କରୁଛି। ୧୦୦ ପ୍ରକାରର ଧାନ ସଂଗ୍ରହ କରିଛନ୍ତି କମଳା ପୂଜାରୀ। ଏଥିପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।
ଜଳବାୟୁ ପରିବର୍ତ୍ତନ ଧାନ ଉତ୍ପାଦନରେ ବାଧା ସୃଷ୍ଟି କରିଛି। ପ୍ରାକୃତିକ ବିପର୍ଯ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି। ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି। ଇକୋ ଫ୍ରେଣ୍ଡଲି ଧାନ ଚାଷ ପାଇଁ ବୈଜ୍ଞାନିକଙ୍କ ଉଦ୍ୟମ ଲୋଡା। ଏଥିପାଇଁ ଆମ ବୈଜ୍ଞାନିକ ମାନେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories