Patra electronics

ଯେତେ ବିରୋଧ କଲେ ମଧ୍ୟ ନଇଁବେ ନାହିଁ ସରକାର : ଅମିତ ଶାହା

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶରେ ବିରୋଧ ଜାରି ରହିଛି। ଏହାକୁ ନେଇ ହିଂସା ତୀବ୍ର ରୂପ ନେବାରେ ଲାଗିଛି। ଏହାକୁ ନେଇ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ରର ଆଭିମୂଖ୍ୟ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ସିଏଏକୁ ଯେତେ ବିରୋଧ କଲେ ମଧ୍ୟ ସରକାର ନଇଁବେ ନାହିଁ। ବିରୋଧିମାନେ ଏହାକୁ ନେଇ ଦେଶର ଜନ ସାଧାରଣଙ୍କୁ ବୋକା ବନଉଛନ୍ତି। ମାତ୍ର ଭାରତୀୟମାନଙ୍କର ଭଲ ପାଇ ଏହି ଆଇନ କରାଯାଇଛି।
ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ କାର୍ୟ୍ୟକ୍ରମରେ ଯୋଗଦେଇ ମଙ୍ଗଳବାର ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଯେର୍ଉମାନଙ୍କୁ ରାଜନୈତିକ ବିରୋଧ କରିବାର ଅଛି ସେମାନେ କରନ୍ତୁ। ମାତ୍ର ଏହି ମାମଲାରେ ସରାକର କୌଣସି ପରିସ୍ଥିତିରେ ମଧ୍ୟ ନଇଁବେ ନାହିଁ। ସେ କହିଛନ୍ତି, ସରଣାର୍ଥୀଙ୍କୁ ନାଗରିକତା ମିଳିବା କଥା ମିଳିବ। ଏହାକୁ କେହି ରୋକି ପାରିବେ ନାହିଁ। ଶରଣାର୍ଥୀମାନେ ଭାରତୀୟ ନାଗରିକ ହେବେ ଏବଂ ସମ୍ମାନର ସହ ବଞ୍ଚିବେ ବୋଲି ଶାହା କହିଛନ୍ତି।

Comments are closed.