ରାସ୍ତାରୁ ହଟିଲା ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର, ଗାଡି ଚଳାଚଳ ସ୍ବାଭାବିକ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଜୟପୁର ଘାଟିରେ ଓଲଟି ଥିବା ପେଟ୍ରୋଲ ଟ୍ୟାଙ୍କରରୁ ପେଟ୍ରୋଲ ଗୁଡିକ ରାସ୍ତା କଡରେ ଢଳା ଯିବା ପରେ ସେଠାରୁ ଗାଡିକୁ ହଟା ଯାଇଛି। ଫଳରେ ଅପରାହ୍ନ ୩ଟାରୁ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି। ସକାଳ ୭ଟାରେ ପେଟ୍ରୋଲ ଟ୍ୟାଙ୍କର ଓଲଟି ତେଲ ଗୁଡିକ ଲିକ୍ ହେବା କାରଣରୁ ନିଆଁ ଲାଗିବା ଆଶଙ୍କାରେ ଜାତୀୟ ରାଜପଥର ରାସ୍ତାର ଗାଡି ଚଳାଚଳ ବନ୍ଦ ରହିଥିଲା। ଫଳରେ ଉଭୟ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଥିଲା।

Comments are closed.