www.samajalive.in
Friday, December 5, 2025
26.1 C
Bhubaneswar

ମାଷ୍ଟରକ୍ୟାଣ୍ଟିନ୍‌ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ସରିବା ପରେ ନେତାଙ୍କୁ ଫୁରସତ ମିଳିଛି। ଏହି ସୁଯୋଗ ହାତଛଡ଼ା କରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋରେ ପହଞ୍ଚିଥିଲେ। ସାଥୀରେ ଥିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍। ଗାଡ଼ିରୁ ଓହ୍ଲାଇ ବୁକ୍‌ ଷ୍ଟୋର ଭିତରକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ବୁକ୍‌ ଷ୍ଟଲ୍‌ରୁ ମୁଖ୍ୟମନ୍ତ୍ରୀ କିଣିଥିଲେ ‘ସିକ୍ରେଟ୍ସ ଅଫ୍ ଶିମିଳିପାଳ’ ଏବଂ ‘ଆର୍ୟନ୍’ ପୁସ୍ତକ। ଦୁଇଟି ବହିର ମୂଲ୍ୟ ଅଢ଼େଇ ହଜାର ଟଙ୍କା ନିଜେ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ନିର୍ବାଚନ ପ୍ରଚାର ପରେ ରିଲାକ୍ସ ହେବାକୁ ବହି କିଣିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବୁକ୍‌ ଷ୍ଟୋର କର୍ତ୍ତୃପକ୍ଷ କହିଛନ୍ତି, ବିଜୁ ବାବୁ ମଧ୍ୟ ତାଙ୍କ ବହି ଦୋକାନକୁ ଆସୁଥିଲେ। ବହି କିଣା ସାଙ୍ଗକୁ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥା ହୋଇଥିଲେ ନବୀନ। ପିଲାଙ୍କ ସହ ସେଲ୍‌ଫି ନେବା ପରେ ପୁଣି ଫେରିଯାଇଥିଲେ ନବୀନ ନିବାସ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories