www.samajalive.in
Sunday, December 7, 2025
14.1 C
Bhubaneswar

ଏସି ଚଳାଇବାରେ ୯୦ ପ୍ରତିଶତ ଲୋକ କରୁଛନ୍ତି ଏହି ଭୁଲ୍‌‌

ସମାଜ ଡିଜିଟାଲ ଡେସ୍କ: ଦେଶରେ ଅଧିକାଂଶ ରାଜ୍ୟରେ ତାପମାତ୍ରା ୫୦ଡିଗ୍ରୀ ଉପରେ ରହିଛି। ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପ୍ରବଳ ଗରମ ଯୋଗୁ ଦେହ ଖରାପ ହେବା ଅଂଶୁଘାତର ଶିକାର ହେବା ଭଳି ସମସ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ସମସ୍ତେ ପ୍ରାୟ ଏସି ରୁମରେ ରହିବାକୁ ପସନ୍ଦ କରୁଛନ୍ତି। ଗ୍ରୀଷ୍ମଋତୁରେ ସର୍ଟସର୍କିଟ ଯୋଗୁ ଏସିରେ ଅଧିକାଂଶ ସମୟ ନିଆଁ ଲାଗିବା ଭଳି ଘଟଣା ଅନେକ ସ୍ଥାନରୁ ଆସୁଛି। ବିଦ୍ୟୁତ ଓଭରଲୋଡ ଏବଂ ବୈଦ୍ୟୁତିକ ଉପକରଣ ଗୁଡିକ ଅତ୍ୟଧିକ ଗରମ ହେବା ଯୋଗୁ ଏପରି ହେଉଛି।
ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଅତ୍ୟଧିକ ହେଉଥିବାରୁ ଲୋକମାନେ ଏସି ରୁମରେ ରହିବା ଆରାମଦାୟକ ଭାବୁଛନ୍ତି। ଅଧିକ ସମୟ ଏସି ଚଲାଇବା ଦ୍ୱାରା ଲୋକମାନେ ବୁଝିବା ଦରକାର ଯେ ଏହା ଏକ ଯନ୍ତ୍ର ଏବଂ ଯଦି ଏହାକୁ ବିଶ୍ରାମ ଦିଆନଯାଏ ତେବେ ଏହା ଅତ୍ୟଧିକ ଗରମ ହୋଇଯିବ। ଅଧିକାଂଶ ଲୋକ ଏପରି ଭୁଲ କରିଥାନ୍ତି। ଯଦି ଏସି ସବୁବେଳେ ଲଗାଉଛନ୍ତି ତେବେ ଶୀଘ୍ର ଗରମ ହୁଏ ଏବଂ ଏହି କାରଣରୁ ନିଆଁ ଲାଗିଥାଏ। ଏଥିପାଇଁ ମଝିରେ ମଝିରେ ଏସି ବନ୍ଦ କରିବା ଜରୁରୀ, ଏହା ଦ୍ୱାରା ମେସିନ ଥଣ୍ଡା ହେବ।
ଅଧିକାଂଶ ଲୋକମାନେ ଏସି ଚଳାଇ ମାସ ମାସ ଧରି ଥଣ୍ଡାରେ ରହିବାକୁ ଭଲ ପାଆନ୍ତି। କିନ୍ତୁ ଏସି ଫିଲ୍ଟର ପ୍ରତି କେହି ବି ଧ୍ୟାନ ଦେଇନଥାନ୍ତି। ଯଦି ଏସି ଫିଲ୍ଟରରେ ଧୂଳିର ମୋଟା ଆସ୍ତରଣ ଜମା ହୋଇଥାଏ, ଏହାକୁ ସଫା କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡେ ଏବଂ ଏସିକୁ ଅଧିକ ଗରମ କରିଥାଏ। ତେଣୁ ସମୟ ସମୟରେ ଏସି ଫିଲ୍ଟରକୁ ସଫା କରିବାକୁ ପରାମର୍ଶ ଦିଆଯାଇଛି।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories