www.samajalive.in
Monday, December 8, 2025
16.1 C
Bhubaneswar

କୋଡିଏ ଲିଟର ଦେଶୀ ମଦ ଜବତ,୩ ଗିରଫ

ରେଙ୍ଗାଲିକ୍ୟାମ୍ପ: ଆଜି ସକାଳ ୫ଟାରେ ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ଛକରେ୨୦ ଲିଟର ଦେଶୀ ମଦ ଜବତ କରିଛି ଅତାବିରା ପୁଲିସ। ତିନି ଜଣ ବାଇକରେ ବସି ଦେଶୀ ମଦ ଚାଲାଣ କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ମାନେ ହେଲେ ଟାଙ୍ଗରପାଲି ପଞ୍ଚାୟତ ରୁନିପାଲିର ପୂର୍ଣ୍ଣଚନ୍ଦ୍ର କଉଡ଼ି (୪୫), ପାହାର ଶ୍ରିଗିଡା ପଞ୍ଚାୟତ ରେଙ୍ଗାଲିର ପ୍ରଫୁଲ୍ଲ କଉଡ଼ି (୪୨) ଓ ଖରମୁଣ୍ଡା ପଞ୍ଚାୟତ ବନ୍ଧଳିଟିକ୍ରା ଜୁଜୁଗାଁର କମଳ କଇଁଟ (୩୮)।

ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ

- Advertisement -

ଏମାନଙ୍କୁ ଗିରଫ କରିବା ସହ ବାଇକକୁ ମଧ୍ୟ ଜବତ କରିଛି ଅତାବିରା ପୁଲିସ। ଏମାନେ ବିଭିନ୍ନ ସ୍ଥାନକୁ ଦେଶୀ ମଦ ଚାଲାଣ କରୁଥିବା ଜଣାପଡିଛି । ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଅସାମାଜିକ କାମ ତଥା ନିଶା ବ୍ୟବସାୟକୁ ଅଞ୍ଚଳରୁ ମୂଳୋତ୍ପାଟନ କରିବା ପାଇଁ ଚାରି ଆଡେ ଜାଲ ବିଛାଇ ରହିଛନ୍ତି। ମଦ ଚୋରା ଚାଲାଣ ହେବା ଦ୍ଵାରା ଅନେକ ନିରୀହ ଜନ ସାଧାରଣ, ଯୁବ ପିଢ଼ି ନିଶାଗ୍ରସ୍ତ ହେବାରେ ଲାଗିଛନ୍ତି। ତେଣୁ ଏମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଖବର ପାଇ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଯୁଗଳ କିଶୋର ତାଣ୍ଡି, କନଷ୍ଟେବଳ ବିପିନ ବିହାରୀ ବେଡବାଗ, ସୁରେଶ୍ଵର ସାହୁ, ମଧୁ ନାଏକ ପ୍ରମୁଖ ଏହି ତିନି ଅଭିଯୁକ୍ତଙ୍କୁ ଧରିଥିଲେ। ଏମାନଙ୍କ ନାମରେ ଏକ ମାମଲା ରୁଜୁ କରି ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories