ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୨.୬୪ପ୍ରତିଶତ ମତଦାନ ହୋଇଛି। ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୧ଟା ସୁଦ୍ଧା ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୨୭.୬୬ ପ୍ରତିଶତ, ଭଦ୍ରକରେ ୨୧.୫୦ ପ୍ରତିଶତ, ଜଗତସିଂହପୁରେ ୨୩.୦୧ପ୍ରତିଶତ, ଯାଜପୁରରେ ୧୭.୧୦ ପ୍ରତିଶତ, କେନ୍ଦ୍ରାପଡାରେ ୨୪.୦୩ ପ୍ରତିଶତ ଏବଂ ମୟୂରଭଞ୍ଜରେ ୨୨.୨୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।