www.samajalive.in
Saturday, December 6, 2025
14.1 C
Bhubaneswar

ଅନ୍ତିମ ପର୍ଯ୍ୟାୟରେ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ୨୦୨୪ ସାଧାରଣ ନିର୍ବାଚନର ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ଏହି ପର୍ଯ୍ୟାୟରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା। ଶେଷ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେଉଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ ଭଳି ଆସନରେ ଭୋଟ ଗ୍ରହଣ କରାଯାଉଥିବା ବେଳେ ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ଏଥିର ଅନେକ ହେଭିୱେଟ ନେତାଙ୍କ ମଧ୍ୟରେ କେନ୍ଦ୍ରାପଡାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଭାଗ୍ୟ ପରୀକ୍ଷା ହେଉଛି। ୨୦୧୯ ନିର୍ବାଚନରେ ଏଠାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ପରାଜିତ ହୋଇଥିଲେ ବୈଜୟନ୍ତ। ଏଥର ପୁଣି ଦଳ ତାଙ୍କୁ ଭରସା କରି ଟିକେଟ ଦେଇଥିଲା। ଏଠରେ ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହ ତାଙ୍କର କଡା ମୁକାବିଲା ହେଉଛି। ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର ଓ କଂଗ୍ରେସର ଶ୍ରୀକାନ୍ତ ଜେନା ମଧ୍ୟ ମଇଦାନରେ ଲଢେଇ କରୁଛନ୍ତି।
ସେହିପରି ବିଜେପିର ମନମୋହନ ସାମଲ, ବିଜେଡିର ପ୍ରତାପ ଦେବ, ପ୍ରିମଳା ମଲ୍ଲିକ, ସ୍ୱରୂପ ଦାସ, ନିରଞ୍ଜନ ପଟ୍ଟନାୟକ, ପ୍ରତାପ ଜେନା, ପ୍ରୀତିରଞ୍ଜନ ଘଡାଇ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ଆକାଶ ଦାସ ନାୟକ, ବର୍ଷା ପ୍ରିୟଦର୍ଶିନୀ, ଅରିନ୍ଦମ ରାୟ, ପ୍ରଭାତି ପରିଡାଙ୍କ ଭଳି ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ଭୋଟର କାହା ଉପରେ ସୁନା କଳସ ଢାଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories