ମଙ୍ଗଳଙ୍କ ରାଶି ଚଳନ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି। କାରଣ ମଙ୍ଗଳ ମେଷ ରାଶିଙ୍କ ସ୍ୱାମୀ ଓ ମଙ୍ଗଳ ମେଷ ରାଶିରେ ପ୍ରବେଶ କରିବେ। ୧ ଜୁନରେ ମଙ୍ଗଳଙ୍କ ଏହି ଚଳନ ହେତୁ ମଙ୍ଗଳ ଖୁବ୍ ବଳଶାଳୀ ହେବେ। ଏହାସହ ମେଷ ରାଶିରେ ମଙ୍ଗଳଙ୍କ ଚଳନ ଏକ ବିଶେଷ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗର ଶୁଭ ପ୍ରଭାବ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବଡ ସଫଳତା, ଉଚ୍ଚ ପଦବୀ ଓ ଧନ ପ୍ରାପ୍ତି ହେବ। ଜାଣନ୍ତୁ..
ମେଷ ରାଶି – ମେଷ ରାଶି ବ୍ୟକ୍ତି ବିଶେଷ ପାଇଁ ମଙ୍ଗଳଙ୍କ ଚଳନ ଚାକିରି କ୍ଷେତ୍ରରେ ବଡ ସଫଳତା ମିଳିବ। ମନସ୍କାମନା ପୂରଣ ହେବ। ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ମାତ୍ର କିଛି ଚିନ୍ତା ଦେଖା ଦେଇପାରେ।
ମିଥୁନ – ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ। ଧନ-ସମ୍ପତ୍ତି ବୃଦ୍ଧି ହେବ। ହଠାତ୍ ଧନ ପ୍ରାପ୍ତି ହେବ। ବ୍ୟବସାୟୀ ଲାଭବାନ୍ ହେବେ। ମନସ୍କାମନା ପୂରଣ ସହ ସମୟ ଭଲ ଓ ଆରାମଦାୟକ ରହିବ।
୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..
ସିଂହ ରାଶି – ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ମଙ୍ଗଳଙ୍କ ରାଶି ପରିବର୍ତ୍ତନ କର୍ମକ୍ଷେତ୍ରରେ ଖୁବ୍ ଲାଭବାନ୍ ହେବେ। ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି। ଧନ ସମ୍ପତ୍ତି ବୃଦ୍ଧି ହେବ। ଖୁବ୍ ଧନ ରୋଜଗାର କରିବା ସହ ବ୍ୟବସାୟରେ ଲାଭବାନ୍ ହେବେ। ଜୀବନ ସାଥୀଙ୍କ ସହ ସମ୍ପର୍କ ମଜଭୂତ ହେବ।
ବାରମ୍ବାର ହାଇ, ପାଦ ଝିମଝିମ୍ ହେଉଛି କି? ଜାଣନ୍ତୁ ଏହି ସଙ୍କେତ ଦିଏ କେଉଁ ଭିଟାମିନ୍ ଅଭାବର ଲକ୍ଷଣ..
ବିଛା ରାଶି – ବିଛା ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି। ଜୁନ ମାସ ଆପଣଙ୍କ ପାଇଁ ଖୁବ୍ ଶୁଭଫଳ ପ୍ରଦାନ କରିବ। ଶତ୍ରୁ ଥିଲେ ମଧ୍ୟ ପରାଜୟ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଆୟରେ ବୃଦ୍ଧି ହେବ। ମାତ୍ର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ଧନୁ ରାଶି – ଟଙ୍କା ନିବେଶ କରି ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ଧନ ବୃଦ୍ଧି ସହ ପଦନ୍ନୋତି ହେବ। ମାସ ଶେଷରେ ଖୁବ୍ ସଞ୍ଚୟ କରିବେ। ସଫଳତା ମିଳିବ।



