www.samajalive.in
Monday, December 8, 2025
13.1 C
Bhubaneswar

ଭୋଟ୍‌‌ ଦେଲେ ଅଭିନେତ୍ରୀ ତଥା ସାଂସଦ ପ୍ରାର୍ଥୀ କଙ୍ଗନା

ହିମାଚଳ: ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ସରକାଘାଟ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି। କଂଗ୍ରେସ ଏହି ଲୋକସଭା ଆସନରୁ ବିକ୍ରମାଦିତ୍ୟ ସିଂଙ୍କୁ ପ୍ରାର୍ଥୀ କରିଛି। ଭୋଟ୍‌‌ ଦେବା ପରେ କଙ୍ଗନା ରଣାୱତ କହିଛନ୍ତି ଯେ ଗଣତନ୍ତ୍ରର ଏହି ପର୍ବରେ ଭାଗ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଗଣତନ୍ତ୍ରର ଏହି ପର୍ବରେ ସମସ୍ତେ ସାମିଲ ହୋଇ ନିଜର ମତଦାନ ସାବ୍ୟସ୍ତ କରନ୍ତୁ ବୋଲି ନିବେଦନ କରିଛନ୍ତି କଙ୍ଗନା। ଏହି ଅବସରରେ କଙ୍ଗନା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହର ଦେଶରେ ଜାରି ରହିବ। ଏଥର ୪୦୦ପାର ନାରାରେ ହିମାଚଳର ୪ଟି ସିଟ୍‌‌ ମଧ୍ୟ ସାମିଲ ହେବ। ନିଶ୍ଚିତ ଭାବେ ଏଠାରେ ଲୋକଙ୍କ ଆଶୀର୍ବାଦ ମୋତେ ମିଳିବ ବୋଲି କହିଛନ୍ତି କଙ୍ଗନା।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories