www.samajalive.in
Friday, December 5, 2025
23.1 C
Bhubaneswar

ଅମ୍ଳଜାନ ସିଲିଣ୍ଡର ଧରି ଭୋଟ ଦେବାକୁ ଆସିଲେ ବୃଦ୍ଧା

ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ସମୟରେ ଅନେକ ଲୋକ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ଯାଆନ୍ତି ନାହିଁ। ବିଭିନ୍ନ ବାହାନା ହେଉ କି କାମର ଆଳ ଦେଖାଇ ଭୋଟ ଦିଅନ୍ତି ନାହିଁ। ସରକାରଙ୍କଠାରୁ ଆରମ୍ଭ କରି ଏନଜିଓଗୁଡ଼ିକ ପର୍ଯ୍ୟନ୍ତ ଭୋଟ ଦେବାର ମହତ୍ୱ ବିଷୟରେ ସବୁବେଳେ ଜନସଚେତନତା ସୃଷ୍ଟି କରିଆସୁଥିଲେ ହେଁ ଅନେକ ଲୋକ ତାହାକୁ ଅଣଦେଖା କରନ୍ତି। ଯାହାଫଳରେ ଶତପ୍ରତିଶତ ଭୋଟଦାନ ହୋଇପାରେ ନାହିଁ। କିନ୍ତୁ ହିମାଚଳ ପ୍ରଦେଶରେ ଜଣେ ବୃଦ୍ଧା ରୋଗୀ ଡାକ୍ତରଖାନା ଶଯ୍ୟାରୁ ଉଠି ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଆସିଥିବା ଶନିବାର ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ସମ୍ପୃକ୍ତ ବୃଦ୍ଧାଙ୍କଠାରେ ଅମ୍ଳଜାନ ନଳୀ ମଧ୍ୟ ଲାଗିଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଥିବା ସତ୍ୱେ ବୃଦ୍ଧା ଜଣକ ଭୋଟ ଦେବାକୁ ଆସିଥିବାରୁ ତାଙ୍କୁ ବେଶ୍‌‌ ପ୍ରଶଂସା କରାଯାଉଛି।

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟ ବୃଦ୍ଧାଙ୍କ ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରି ‘ୟୁ ଆର ଦ ୱାନ’ ବୋଲି ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଏହି ବୃଦ୍ଧାଙ୍କ ନାମ ହେଉଛି ବିମଳା ଶର୍ମା। ହିମାଚଳ ପ୍ରଦେଶ ହମୀରପୁର ଲୋକସଭା କ୍ଷେତ୍ର ଅଧୀନ ବିଳାସପୁର ଜିଲାର ଚୁଭାଡ଼ି ଅଞ୍ଚଳରେ ତାଙ୍କ ଘର। ଶନିବାର ତାଙ୍କ ପରିବାର ଲୋକଙ୍କ ସହାୟତାରେ ବିମଳା ମତଦାନ କେନ୍ଦ୍ରକୁ ଆସିଥିଲେ। ତାଙ୍କ ପରିବାରର ଜଣେ ସଦସ୍ୟ ଅମ୍ଳଜାନ ସିଲିଣ୍ଡର ଧରିଥିବାବେଳେ ଅନ୍ୟ ସଦସ୍ୟମାନେ ତାଙ୍କୁ ଧରି ଧରି ଆଣିଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories