www.samajalive.in
Friday, December 5, 2025
26.1 C
Bhubaneswar

ଅଂଶୁଘାତ: କିଭଳି ରହିବେ ସତର୍କ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ଦିନ ତାପମାତ୍ରା ସହିତ ରାତିରେ ବି ତାପମାତ୍ରା ଅଧିକ ରହୁଛି। ଅଂଶୁଘାତ ଜନିତ ମୃତ୍ୟୁ ନେଇ ଲୋକଙ୍କୁ ସତର୍କ କରିଛି ସ୍ୱାସ୍ଥ୍ୟ ବିଭାଗ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥିବାରୁ ସେମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଅଂଶୁଘାତର ଲକ୍ଷଣ:
ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦେଖାଯିବ ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଙ୍କି ଧରିବା, ଅଚେତ ହେବା କିମ୍ବା ବାତ ମାରିବା ଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଅଂଶୁଘାତ ପୂର୍ବ ସତର୍କତା:
ସକାଳେ କିମ୍ବା ଅପରାହ୍ନରେ ଖରା କମ୍‌‌ ଥିବାବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ମୁଣ୍ଡରେ ଓଦା ଗାମୁଛା ବାନ୍ଧନ୍ତୁ, ହାଲୁକା ରଙ୍ଗର ସୂତା ପୋଷାକ ପରିଧାନ କରନ୍ତୁ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଖରା ଗରମରେ ଅଧିକ ଦୂର ବାଟ ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
ଅଂଶୁଘାତର ପ୍ରତିକାର:
ଅଂଶୁଘାତର ଶିକାର ହୋଇଥିବା ରୋଗୀକୁ ଖୋଲା ଓ ଥଣ୍ଡା ସ୍ଥାନରେ ନେଇଯାଆନ୍ତୁ। ଓ.ଆର୍‌‌.ଏସ୍‌‌ କିମ୍ବା ଚିନି ଲୁଣ ପାଣି ପିଇବାକୁ ଦିଅନ୍ତୁ। ପୋଷାକ ଯଥା ସମ୍ଭବ ଖୋଲି ଫ୍ୟାନ କିମ୍ବା କୁଲର ଚାଲିଥିବା ସ୍ଥାନରେ ବସାନ୍ତୁ। ମୁଣ୍ଡ ଧୋଇ ଦିଅନ୍ତୁ ଏବଂ ଓଦା କପଡାରେ ପୋଛନ୍ତୁ। ରୋଗୀକୁ ପଙ୍ଖା/କୁଲର/ଏସି ପବନରେ ଶୁଆଇ ଦିଅନ୍ତୁ। ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେଲେ ଆମ୍ବୁଲାନ୍ସ ଡାକି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାନ୍ତୁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories