www.samajalive.in
Friday, December 5, 2025
17.1 C
Bhubaneswar

ଅତ୍ୟଧିକ ଗରମରେ ଖାଲି ପେଟରେ ଫଳ ଖାଉଛନ୍ତି କି; ପେଟ ପାଇଁ ହୋଇପାରେ କ୍ଷତିକାରକ

ସମାଜ ଡିଜିଟାଲ ଡେସ୍କ: ସକାଳୁ ସକାଳୁ ଜଳଖିଆରେ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ତେଣୁ ଆପଣ ଜଳଖିଆରେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ଲୋକ ସକାଳ ସମୟରେ ଫଳ ଖାଇବାକୁ ପସନ୍ଦ କରନ୍ତି ଏବଂ ଅନେକ ସମୟରେ ଖାଇଥାନ୍ତି ମଧ୍ୟ। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଖାଲି ପେଟରେ ଫଳ ଖାଇବା ଲାଭଦାୟକ କି? କିଛି ଏଭଳି ଫଳ ଅଛି ଯାହା ଆପଣ ଖାଲିପେଟରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
ସକାଳୁ ସକାଳୁ ଖାଲି ପେଟରେ ଖଟା ଲାଗୁଥିବା କୌଣସି ବି ଫଳ ଖାଆନ୍ତୁ ନାହିଁ। ଖାସ କରି ଅଙ୍ଗୁର ଖାଇବାରୁ ଦୂରେଇ ରୁହନ୍ତୁ। ଏହି ଫଳ ଖାଇବା ଦ୍ୱାରା ଭରପୂର ମାତ୍ରାରେ ଏସିଟିଡି ହୋଇଥାଏ। ଖଟା ଫଳ ଖାଇବା ଦ୍ୱାରା ଗ୍ୟାସ୍‌‌, ଏସିଡ୍‌‌, ଅଲସର ଏବଂ ଅତ୍ୟଧିକ ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି ହୋଇପାରେ। କମଳା କିମ୍ବା ମୌସୁମୀ ଫଳ ମଧ୍ୟ ଖାଇବାକୁ ବାରଣ କରାଯାଇଛି। କାରଣ ଏଥିରେ ସାଇଟ୍ରିକ୍‌‌ ଏସିଡ୍‌‌ ରହିଥିବାରୁ ଖାଲି ପେଟରେ ଖାଇଲେ ପେଟ ପାଇଁ ଅନେକ କ୍ଷତି ହୋଇପାରେ।
ସେହିପରି କଦଳୀ ଖାଇବା ସ୍ୱାସ୍ଥ୍ୟପ୍ରତି ଭଲ। ଏହା ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ। ହେଲେ ଆପଣ ଖାଲି ପେଟରେ କଦଳୀ ଖାଇବା ଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ଦ୍ୱାରା ବାନ୍ତି ହେବା ସହିତ ବ୍ୟତିବ୍ୟସ୍ତ ଲାଗିପାରେ। ଖାଲି ପେଟରେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କାହିଁକି ନା ଏହା ପେଟରେ କୌଣସି ପ୍ରକାର ଖରାପ ପ୍ରଭାବ ପକାଇନଥାଏ। ଖଜୁରୀରେ ଭିଟାମିନ୍‌‌ ସି ଭରପୁର ରହିଛି। ଏହା ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ।
ଗ୍ରୀଷ୍ମଋତୁରେ ପ୍ରଚୁର ପରିମାଣରେ ଆମ୍ବ ମିଳିଥାଏ। ହେଲେ ଖାଲି ପେଟରେ ଆମ୍ବ ଖାଇବା ଉଚିତ ନୁହେଁ।  ଖାଲି ପେଟରେ ଆମ୍ବ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ।
ଖାଲିପେଟରେ ଏସବୁ ଫଳ ଖାଆନ୍ତୁ
ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇପାରିବେ। ଏହା ଶରୀର ପାଇଁ ଲାଭଦାୟକ। ଏହାସହିତ ଡାଳିମ୍ବ ଏବଂ ପିଜୁଳୀ ଖାଲି ପେଟରେ ଖାଇପାରିବେ। ଯଦି ଆପଣ ଖାଲିପେଟରେ ତରଭୁଜ ଖାଉଛନ୍ତି ତେବେ ଏହା ଲାଭଦାୟକ ହୋଇପାରେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories