www.samajalive.in
Saturday, December 6, 2025
14.1 C
Bhubaneswar

ଅସ୍ବାଭାବିକ ମୃତ୍ୟୁ:ରାଉରକେଲା ସରକାରୀ ହସ୍ପିଟାଲରେ ସ୍ଵତନ୍ତ୍ର ମେଡିକାଲ ଟିମ୍

ସୁନ୍ଦରଗଡ଼ : ରାଉରକେଲାରେ ପହଞ୍ଚିଲା ସ୍ଵତନ୍ତ୍ର ମେଡିକାଲ୍ ଟିମ୍। ସରକାରୀ ହସ୍ପିଟାଲରେ ପହଞ୍ଚିଛନ୍ତି ୩ ଜଣିଆ ଡାକ୍ତରୀ ଟିମ୍। ଅସ୍ଵାଭାବିକ ମୃତ୍ୟୁକୁ ନେଇ ୩ଜଣିଆ ଟିମ୍ ତଦନ୍ତ କରିବ।  ସୁନ୍ଦରଗଡ଼ ଜିଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୨୮ଟପିଛି। ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ରୌଦ୍ରତାପ ଜନିତ ମୃତ୍ୟୁ ସଂଖ୍ୟା ୨୩ ଟପିଥିବାବେଳେ ସୁନ୍ଦରଗଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଅଭିଯୋଗ ହେଉଛି। ଅଂଶୁଘାତ ଜନିତ ପ୍ରକୃତ ମୃତ୍ୟୁ ନେଇ ଆସିଥିବା ଅଭିଯୋଗ ସହିତ ସରକାରୀ ତଥ୍ୟରେ ତାଳମେଳ ରହୁ ନ ଥିବାରୁ ଜନସାଧାରଣ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ରାଉରକେଲାରେ ଗୁରୁବାର ରାତି ୧୦ଟା ସୁଦ୍ଧା ୧୦ଜଣଙ୍କର ଓ ରାତି ୧୨ଟା ସୁଦ୍ଧା ଆଉ ଚାରିଜଣଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ୧୪ ମଧ୍ୟରୁ ୧୨ ଶବ ଚିହ୍ନଟ କରାଯାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅଚିହ୍ନା ୨ଟି ଶବର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ଆଉ ୪/୫ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲେ ହେଁ ଏ ନେଇ ସ୍ବାସ୍ଥ୍ୟ ବିଭାଗ ମୁହଁ ଖୋଲୁନାହିଁ। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହାସପାତାଳ ପହଞ୍ଚିବା ପୂର୍ବରୁ ମୃତ୍ୟୁ ଘଟିଥିବା ଜଣାଯାଇଛି। ରାଉରକେଲା ସରକାରୀ ହାସପାତାଳରେ ଅଂଶୁଘାତରେ ଆକ୍ରାନ୍ତ ୩୧ ଜଣଙ୍କୁୁ ଭର୍ତ୍ତି କରାଯାଇଛି। ସେଠାରେ ଗୁରୁବାର ୧୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଆଉ ୯ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଅଧିକ ୧୧ଜଣଙ୍କୁ ଗୁରୁତର ଅବସ୍ଥାରେ ହାସପାତାଳ ଅଣାଯାଇଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories