ଆସିଗଲା ଏକଜିଟ୍‌ ପୋଲ୍‌ – ଜାଣନ୍ତୁ କିଏ ହେବେ ଚାମ୍ପିୟନ

ଭୁବନେଶ୍ୱର – ସାରା ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହାପରେ ବିଭିନ୍ନ ସଂସ୍ଥା ନିଜର ଜନମତ ସର୍ବେକ୍ଷଣ ପ୍ରକାଶ କରିଛନ୍ତି । ଏଥିରେ ସାରା ଦେଶରେ ଏନ୍‌ଡିଏ ଭଲ ପ୍ରଦର୍ଶନ କରୁଥିବା କୁହାଯାଉଛି । ଓଡ଼଼ିଶାରେ ଜୋରଦାର ଲଢେଇ ହୋଇଛି ।ବିଜେଡି ଏବଂ ବିଜେପି ମଧ୍ୟରେ କଡ୍ଡା ଟକ୍କର ହୋଇଛି । ତେବେ ବିଜେଡି ସରକାର ଗଠନ କରିପାରେ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ସିଟ୍‌ପୋଲ୍‌ରେ କୁହାଯାଇଛି ।

ପିଏମ୍‌ ଏଆର୍‌କ୍ୟୁର ସର୍ବେକ୍ଷଣ ଅନୁସାରେ କେନ୍ଦ୍ରରେ ମୋଦୀ ପୁଣି ସରକାର କରିବେ । ବିଜେପି ଏବଂ ଏନ୍‌ଡିଏ ୩୫୯ ଟି ଆସନ କଂଗ୍ରେସର ଇଣ୍ଡିଆ ମେଣ୍ଟ ୧୫୪ ଏବଂ ଅନ୍ୟମାନେ ୩୦ଟି ଆସନରେ ବିଜୟ ଲାଭ କରିବେ ବୋଲି ଏଥିରେ କୁହାଯାଇଛି।

ଜନ କୀ ବାତ୍‌ ଏକ୍ସିଟ ପୋଲ୍‌ ଅନୁସାରେ ବିଜେପି ଓ ଏହାର ସହଯୋଗୀ ୩୬୨ରୁ୩୯୨ କଂଗ୍ରେସ ୧୪୧ରୁ୧୬୧ ଅନ୍ୟ ୧୦ରୁ୨୦ଟି ଆସନରେ ବିଜୟ ଲାଭ କରିବେ ବୋଲି କୁହାଯାଇଛି ।

ମାଟରାଇଜ୍‌ ର ଜନମତ ସର୍ବେକ୍ଷଣ ଅନୁସାରେ ବିଜେପିର ମେଣ୍ଟ ୩୫୩ରୁ୩୬୮ କଂଗ୍ରେସ ଏବଂ ଏହାର ସହଯୋଗୀ ୧୧୮ରୁ ୧୩୩ ଅନ୍ୟ ୪୩ରୁ ୪୮ ଆସନ ବୋଲି କୁହାଯାଇଛି ।

ଡି ଡାଇନାମିକ୍ସ ଅନୁସାରେ ବିଜେପି ଏହାର ସହଯୋଗୀ ୩୭୧ କଂଗ୍ରେସଂ ଏହାର ସହଯୋଗୀ ୧୨୫ ଅନ୍ୟମାନେ ୪୭ଟି ଆସନରେ ବିଜୟ ଲାଭ କରିପାରନ୍ତି ବୋଲି କୁହାଯାଇଛି ।

Comments are closed.