ଭଲ ନ ଲାଗିଲେ ସୋ ଦେଖନ୍ତୁନାହିଁ: ଏକତା କାପୁର
ମୁମ୍ବଇ: ନର୍ଦେଶିକା ଏକତା କାପୁର ନିଜର ପ୍ରଶଂସକ।ନଙ୍କୁ କଡା ସମାଲୋଚନା କରିଛନ୍ତି। ନିର୍ଦେଶିକା ଏକତା କାପୁରଙ୍କ ଧାରାବାହିକ ୟେ ହେ ମୋହବତେ କୁ ବନ୍ଦ କରିବା ପାଇଁ କିଛି ପ୍ରଶଂସକ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଏହାର ଜବାବରେ ଏକତା କହିଛନ୍ତି, ଆପଣଙ୍କୁ ଯଦି ଆପଣଙ୍କୁ ଧାରାବାହିକ ପସନ୍ଦ ନଆସୁଛି, ତେବେ ଆପଣ ଦେଖିବା ବନ୍ଦ କରିଦିଅନ୍ତୁ। ସାମାଜିକ ଗଣମାଧ୍ୟମ ଟୁଇଟରରେ କିଛିଜଣ ଏହାକୁ ବନ୍ଦ କରନ୍ତୁ ଲେଖି ଏକତା କାପୁରଙ୍କୁ ଟ୍ୟାଗ କରିଛନ୍ତ। ଟ୍ୱିଟ କରିବା ଆଗରୁ ଆପଣ ଧାରାବାହିକ ଦେଖିବା ବନ୍ଦ କରନ୍ତୁ ବୋଲି ଏକତା କହିଛନ୍ତି। ମୁଁ ଆପଣମାନଙ୍କ ମତକୁ ସମ୍ମାନ ଜଣାଉଛି ଏବଂ ଆମେ ସମସ୍ତ ଦିଗକୁ ନଜରରଖି କାମ କରୁଛୁ।ସବୁ ଧାରାବାହିକ ଦର୍ଶକଙ୍କ ପସନ୍ଦ ଅନୁସାରେ ଟେଲିଭିଜନରେ ଆସି ନ ଥାଏ ବୋଲି ସେ କହିଛନ୍ତି।