www.samajalive.in
Tuesday, December 9, 2025
16.1 C
Bhubaneswar

ଖାଉଟିଙ୍କୁ ଆଉ ଏକ ଝଟ୍‌କା: ମହଙ୍ଗା ହେବ ୨୧ ଜୀବନ ରକ୍ଷାକାରୀ ଔଷଧ, ୫୦% ମୂଲ୍ୟ ବଢ଼ିବ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଭିତରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିବାବେଳେ ଏବେ ଔଷଧ କିଣିବା ସମୟରେ ବି ଲୋକଙ୍କୁ ମହଙ୍ଗା ମାଡ଼ ମିଳିବ। କାରଣ ଖୁବ୍‌ଶୀଘ୍ର ୨୧ ପ୍ରକାର ଜୀବନ ରକ୍ଷାକାରୀ ଔଷଧର ଦର ବୃଦ୍ଧି ପାଇବ। ଏଥିପାଇଁ କେନ୍ଦ୍ର ସରକାର ଔଷଧ କମ୍ପାନୀଗୁଡ଼ିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ ଦରବୃଦ୍ଧି ପରିମାଣ କିଛି କମ୍‌ ନୁହେଁ, ଏକକାଳୀନ ୫୦% ମୂଲ୍ୟ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି। ଏସବୁ ଔଷଧ ମଧ୍ୟରେ ଅଧିକାଂଶ ସମୟରେ ବ୍ୟବହୃତ ହେଉଥିବା ଔଷଧ ଯଥା ଆଣ୍ଟି ବାୟୋଟିକ୍ସ, ଆଣ୍ଟି ଅଲାର୍ଜିକ୍‌, ଆଣ୍ଟି ମ୍ୟାଲେରିଆ ଡ୍ରଗ୍ସ, ବିସିଜି ଭ୍ୟାକ୍‌ସିନ ଏବଂ ଭିଟାମିନ ‘ସି’ ଭଳି ଔଷଧ ରହିଛି।

କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏନପିପିଏ ସଂସ୍ଥା ଡ୍ରଗ୍ସ ପ୍ରାଇସ୍‌ କଂଟ୍ରୋଲ ଅର୍ଡର ୨୦୧୩ର ପାରାଗ୍ରାଫ ୧୯ ଆଦେଶରେ ସଂଶୋଧନ କରି ଔଷଧ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛି। ପୂର୍ବରୁ ଔଷଧଗୁଡ଼ିକର ମୂଲ୍ୟ ହ୍ରାସ କରିବା ପାଇଁ ଏହି ନିୟମକୁ ବ୍ୟବହାର କରାଯାଉଥିଲା। ସୂଚନାଯୋଗ୍ୟ, ଫାର୍ମା କମ୍ପାନୀଗୁଡ଼ିକ ବିଗତ ୨ବର୍ଷ ହେଲା ଔଷଧଗୁଡ଼ିକର ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟ(ଏପିଆଇ)ର ଦର ବୃଦ୍ଧିକୁ ନେଇ ସରକାରଙ୍କ ସହିତ ଲବି କରିଆସୁଥିଲେ। ଏସବୁ ଔଷଧ ମଧ୍ୟରେ ବିଶେଷ କରି ଚୀନରୁ ଆମଦାନୀ ହେଉଥିବା ଔଷଧ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଉତ୍ପାଦ ଅନୁସାରେ ଏପିଆଇର ମୂଲ୍ୟ ୫ରୁ ୮୮% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିସିଜି ଭ୍ୟାକ୍ସିନ, ପେନ୍‌ସିଲିନ୍‌, ମ୍ୟାଲେରିଆ, କୁଷ୍ଠ, ହୃଦ୍‌ଘାତ ଯୋଗୁ ଶରୀରରେ ଏକପ୍ରକାର ଫ୍ଲୁଇଡ୍‌ ବୃଦ୍ଧି ପାଇଁ ବ୍ୟବହାର କରାଯାଉଥିବା ଔଷଧ, ଯକୃତ ସମ୍ବନ୍ଧୀୟ ରୋଗ, ଆଣ୍ଟିବାୟୋଟିକ୍‌, ଆଣ୍ଟି ଆଲର୍ଜିକ ଭଳି ଔଷଧର ମୂଲ୍ୟ ବୃଦ୍ଧି ପାଇବ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories