www.samajalive.in
Monday, December 8, 2025
14.1 C
Bhubaneswar

ଏଥର ଭ୍ରମଣର ଯୋଜନାରେ ସାମିଲ କରନ୍ତୁ ଏହି ପର୍ଯ୍ୟଟନସ୍ଥଳୀ, ସ୍ୱତନ୍ତ୍ର ମଜା ସହ ପାଇବେ ଭିନ୍ନ ଅନୁଭୂତି

ମୁମ୍ବଇ ଏକ ଏପରି ସ୍ଥାନ ଯେଉଁଠାରେ ପ୍ରତିବର୍ଷ ବହୁ ଲୋକେ ଭ୍ରମଣର ମଜା ନେବାକୁ ନିଶ୍ଚୟ ଯାଆନ୍ତି। ଏହି ସହରଟିକୁ ସମୁଦ୍ର ଘେରି ରହିଛି। ତେଣୁ ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ଏହା ଖୁବ ପ୍ରସିଦ୍ଧ ଅଟେ। ଚଳଚ୍ଚିତ୍ର ଗୁଡ଼ିକର ସୁଟିଂ ମଧ୍ୟ ଏଠାରେ ହୋଇଥାଏ। ଯଦି ଆପଣ ଭ୍ରମଣ ପାଇଁ ଯୋଜନା କରୁଛନ୍ତି, ତେବେ ମୁମ୍ବଇର କେତେକ ସ୍ୱତନ୍ତ୍ର ସ୍ଥାନକୁ ନିଶ୍ଚୟ ବୁଲିବାକୁ ଯାଆନ୍ତୁ। ଜାଣନ୍ତୁ ମୁମ୍ବଇର କିଛି ପ୍ରସିଦ୍ଧ ସ୍ଥାନ ବିଷୟରେ….
ଗେଟ ୱେ ଅଫ ଇଣ୍ଡିଆ –
ଗେଟ ୱେ ଅଫ ଇଣ୍ଡିଆକୁ ମୁମ୍ବଇର ଜୀବନ ବୋଲି କୁହାଯାଇଥାଏ। ଏହା ଏକ ପ୍ରକାରର ମୁମ୍ବଇର ପ୍ରବେଶ ଦ୍ୱାରା ବୋଲି ମଧ୍ୟ କୁହାଯାଏ। ମୁମ୍ବଇର ଲୋକପ୍ରିୟ ସ୍ଥାନ ମଧ୍ୟରୁ ଏହା ଗୋଟିଏ। ଏଠାକୁ ଆସି ଆପଣ ହୋଟେଲ ତାଜ ଦେଖିପାରିବେ। ସେହି ନିକଟରୁ ହିଁ ଆପଣ ସମୁଦ୍ରକୁ ବୁଲିବା ପାଇଁ ବୋଟର ସୁବିଧା ପାଇପାରିବେ।
ମହାଲକ୍ଷ୍ମୀ ମନ୍ଦିର –
ମୁମ୍ବଇର ମହାଲକ୍ଷ୍ମୀ ମନ୍ଦିର ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳ ଅଟେ। ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସିଥାଆନ୍ତି। ଏହି ମନ୍ଦିର ସହ ବହୁ ପାରମ୍ପରିକ ଓ ଐତିହାସିକ ତଥ୍ୟ ଜଡ଼ିତ ରହିଛି। ଏଠାକୁ ଆସି ଦର୍ଶନ କଲେ ବହୁ ଶୁଭଫଳ ପ୍ରାପ୍ତି ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
ମରିନ ଡ଼୍ରାଇବ –
ମରିନ ଡ଼୍ରାଇବ ଏକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ଅଟେ। ଗେଟ ୱେ ଅଫ ଇଣ୍ଡିଆ ଠାରୁ ଏହା ଅଳ୍ପ ଦୂରରେ ଅବସ୍ଥିତ। ଏଠାକାର ସୌନ୍ଦର୍ଯ୍ୟ ଏତେ ମନମୁଗ୍ଧକର ଯେ ଆପଣଙ୍କୁ ଏପରି ଲାଗିବ ଯେପରି ପ୍ରକୃତି ନିଜର ସମସ୍ତ ସୌନ୍ଦର୍ଯ୍ୟ ଏଠାରେ ଅଜାଡ଼ି ଦେଇଛି।
ଜୁହୁ ଚୋପାଟି –
ମୁମ୍ବଇରେ ବହୁ ପ୍ରସିଦ୍ଧ ସମୁଦ୍ର ତଟ ଅଛି। ମାତ୍ର ଜୁହୁରେ ଥିବା ଜୁହୁ ଚୋପାଟିରେ ଭ୍ରମଣ ଆପଣଙ୍କ ପାଇଁ ଏକ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ହୋଇରହିବ। ଘେରି ରହିଥିବା ଉଚ୍ଚ ଉଚ୍ଚ ଅଟ୍ଟାଳିକା ଓ ଜନ ଗହଳି ପୂର୍ଣ୍ଣ ଏହି ସ୍ଥାନରେ ସମୟ ବିତାଇବା ଏକ ଭିନ୍ନ ଅନୁଭବ ସୃଷ୍ଟି କରିଥାଏ। ଖାଦ୍ୟପ୍ରେମୀ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଭେଲପୁରୀ, ଗୁପଚୁପ, ଦୋସା, ବଡ଼ା ପାଓଁ ଏବଂ ମୁମ୍ବଇର ପାରମ୍ପରିକ ଭୋଜନର ମଧ୍ୟ ମଜା ଏଠାରେ ନେଇପାରିବେ।
ଭିଟି ଷ୍ଟେସନ ଓ ଦକ୍ଷିଣ ମୁମ୍ବଇ –
ଛତ୍ରପତି ଶିବାଜୀ ଟର୍ମିନଲ ରେଳ ଷ୍ଟେସନ ୟୁନେସ୍କୋର ସଂରକ୍ଷିତ ସୂଚୀରେ ଥିବା ଏହା ଏକ ଐତିହାସିକ ଓ ପ୍ରସିଦ୍ଧ ସ୍ଥାନ ଅଟେ। ଏହାକୁ ପୂର୍ବରୁ ଭିକ୍ଟୋରିଆ ଟର୍ମିନଲ ବୋଲି କୁହାଯାଉଥିଲା। ୧୯୯୬ରେ ଏହାର ନାମ ବଦଳାଇ ଛତ୍ରପତି ଶିବାଜୀ ଟର୍ମିନଲ୍‍ ରଖାଗଲା। ଏଠାରେ ଆପଣ ମୁମ୍ବଇର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବା ସହ ସପିଂର ବେଶ ମଜା ନେଇପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories