www.samajalive.in
Monday, December 15, 2025
24.1 C
Bhubaneswar

ପିଆଜ: ଭାବିଲେ କାନ୍ଦ ଲାଗୁଛି, କିଣିବ କିଏ?

ସମାଜ ପୋର୍ଟାଲ ଡେସ୍କ: ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି ୧୦୦ ଟଙ୍କାରେ ପହଞ୍ଚିଛି। ଘର ତ ଘର, ହୋଟେଲରେ ଏମିତି ବି ଫାଷ୍ଟ ଫୁଡ ଦୋକାନରେ ମଧ୍ୟ ପିଆଜର ଚିହ୍ନବର୍ଣ୍ଣ ନାହିଁ। ଚେନ୍ନାଇରେ ପିଆଜ ଦର ୧୨୦ରେ ପହଞ୍ଚିଛି। ତେବେ ୧୦/୧୫ ଦିନ ପୂର୍ବରୁ ପିଆଜ ଦର କାମ ହେବାର ସମ୍ଭାବନା ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଡିସେମ୍ବର ୧୦ରେ ଇଜିପ୍ଟରୁ ଭାରତକୁ ପିଆଜ ଆସିବାକୁ ଥିବା ବେଳେ ସେତେବେଳକୁ ପିଆଜ କିଲୋ ପ୍ରତି ୧୫୦ରେ ପହଂଚି ସାରିଥିବ ବୋଲି ଅନୁମାନ କରାଯାଉଛି।

ଡିସେମ୍ବର ୧୦ରେ ପିଆଜ ଆସି ମୁମ୍ବାଇର ଜବାହାରଲାଲ ନେହେରୁ ବିମାନ ବନ୍ଦରରେ ପହଂଚିବା ଓ ପରେ ପର୍ଯ୍ୟାୟକ୍ରମେ ରାଜ୍ୟଗୁଡ଼ିକୁ ପଠାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଇଜିପ୍ଟରୁ ପିଆଜ ଆସିଲେ ଦର କେତେ ରହିବ ତାହା ଏ ଯାବତ ଜଣାପଡିନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories