www.samajalive.in
Monday, December 8, 2025
14.1 C
Bhubaneswar

ମୁଦ୍ରା ଯୋଜନାରେ ବଢୁଛି ଅନାଦାୟ ଋଣ ; ଚିନ୍ତା ପ୍ରକଟ କଲା ରିଜର୍ଭ ବ୍ୟାଙ୍କ

ମୁମ୍ବଇ : ମୁଦ୍ରା ଋଣ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲାଣି ଭାରତୀୟ ରିଜର୍ଭ ବ୍ୟାଙ୍କ । କାରଣ ସମ୍ପ୍ରତି ପ୍ରଧାନମନ୍ତ୍ରୀ ଯୋଜନା ( ପିଏମଏମଓ୍ବାଇ)ର ବଢିବାରେ ଲାଗିଛି ଅନାଦାୟ ଋଣ ଅର୍ଥାତ ଅଣ –କାର୍ଯ୍ୟକାରୀ ସମ୍ପତ୍ତି(ଏନପିଏ)ର ପରିମାଣ। ସମ୍ପତି ଏ ନେଇ ଟିନ୍ତା ପ୍ରକଟ କରିଛି ରିଜର୍ଭ ବ୍ୟାଙ୍କ । ମୁଦ୍ରା ଋଣ ଯୋଜନାରେ ଦିଆଯାଇଥିବା ଋଣଗୁଡ଼ିକର ଅନୁଧ୍ୟାନ କରିବାକୁ ବ୍ୟାଙ୍କଗୁଡିକୁ  ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଏମ.କେ.ଜୈନ ନିର୍ଦ୍ଦେଶ ଦେଇଛନ୍ତି।

କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ସହ ବ୍ୟବସାୟିକ ସଂସ୍ଥାଗୁଡିକୁ ଶସ୍ତାରେ ଋଣ ଯୋଗାଇଦେବା ଲାଗି ୨୦୧୫ରେ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ଋଣ ଯୋଜନା ଆରମ୍ଭ କରିଥିଲେ। ଏହାପରେ ବହୁ ସଂଖ୍ୟାରେ ଛୋଟ ଉଦ୍ୟୋଗୀ ଏବଂ ବ୍ୟବସାୟୀ ଏହି ଋଣ ନେଇଥିଲେ। ଏବେ ସେମାନଙ୍କ ଏହି ଋଣ ପରିଶୋଧ ନ କରିବା ଯୋଗୁ ମୁଦ୍ରା ଋଣ ଯୋଜନାରେ ଏନପିଏ ବା ଅନାଦାୟ ଋଣ ବଢିବାରେ ଲାଗିଛି। ତେଣୁ ବ୍ୟାଙ୍କଗୁଡିକୁ ଋଣକର୍ତ୍ତାଙ୍କ ଋଣ ପରିଶୋଧ କ୍ଷମତା ଅନୁଧ୍ୟାନ କରିବା ଦରକାର ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି । ହସ୍ତଗସ୍ତ ହୋଇଥିବା ତଥ୍ୟାନୁଯାୟୀ , ୨୧୦୮-୧୯ ମୁଦ୍ରା ଋଣ କ୍ଷେତ୍ରରେ ଏହି ଭାଗ ୨.୬୮% ରହିଛି। ପୂର୍ବବର୍ଷ ତୁଳନାରେ ଏନପିଏରେ ୧୬% ବୁଦ୍ଧି ଘଟିଛି । ୨୦୧୭-୧୮ରେ ମୁଦ୍ରା ଋଣରେ ଏନପିଏରେ ୨.୫୨% ରହିଥିଲା। ୨୦୧୬-୧୭ରେ  ଏଥିରେ ଏନପିଏ ଭାଗ ୨.୮୯% ରହିଥିଲା। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ମୋଟ ୧୮୨.୬୦ ନିୟୁତ  ମୁଦ୍ରା ଋଣ ମଞ୍ଜୁରି ଦିଆଯାଇଛି। ଏଥିରୁ ୩.୬୩ ନିୟୁତ ଖାତାଧାରୀ ଋଣ ଖିଲାପ କରିଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories