ବ୍ୟାଗ ହଜିଗଲେ କିଲୋ ପ୍ରତି ମିଳିବ ୩ ହଜାର ଟଙ୍କା
ନୂଆଦିଲ୍ଲୀ: ବ୍ୟାଗ ହଜିଗଲେ କିଲୋ ପ୍ରତି ୩ ହଜାର ଟଙ୍କା ମିଳିବଏହା ପଢିଲେ ଟିକିଏ ଅଡୁଆ ଲାଗୁଥିବା । ଭାରତରେ ଏପରି ନିୟମ ଲାଗୁ କରାଯାଇଛି । ବିମାନରେ ଯାତ୍ରା କରୁଥିବା ବେଳେ ବିମାନ କମ୍ପାନୀ ଯଦି ଆପଣଙ୍କ ବ୍ୟାଗ ହଜାଇ ଦିଏ ତେବେ ବ୍ୟାଗର ଓଜନ ଅନୁସାରେ କ୍ଷତି ପୂରଣ ଦେବ । ପ୍ରତି କିଲୋ ୩ ହଜାର ଟଙ୍କା କ୍ଷତି ପୂରଣ ଦେବ ବୋଲି ନିୟମ ଲାଗୁ କରିବା ପାଇଁ ଚିଠା ପ୍ରସ୍ତୁତ କରାଯାଇଛି ।
#PassengerCharter proposals – minimum compensation for lost baggage to be Rs 3000 per kg. For delayed and damaged baggage, minimum Rs 1000 per kg.
— Suresh Prabhu (@sureshpprabhu) May 22, 2018
ଏହାସହ ବିମାନ ଟିକେଟ୍ ବୁକିଂ ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଲଗ୍ ଇନ ବିକଳ୍ପ ରହିବ। ବିମାନ ଯାତ୍ରା ସମୟର ୯୬ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କଲେ କୌଣସି ବାତିଲ୍ ଦେୟ ଦେବାକୁ ପଡ଼ିବ ନାହିଁ। ଟିକେଟ୍ ବୁକିଂର ୨୪ ଘଣ୍ଟା ମଧ୍ୟରେ ନାମ, ଠିକଣା ଆଦି ବଦଳାଯାଇ ପାରିବ ବା ପରିବର୍ତ୍ତନ କରିହେବ। ନାମ ଏବଂ ଠିକଣା ପରିବର୍ତ୍ତନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କୌଣସି କ୍ଷେତ୍ରରେ ଟିକେଟ୍ ବାତିଲ ଦେୟ ଯାତ୍ରା ଏବଂ ଇନ୍ଧନ ଖର୍ଚ୍ଚରୁ ଅଧିକ ହେବ ନାହିଁ। ବିମାନ କମ୍ପାନୀଙ୍କ ତ୍ରୁଟିରୁ କୌଣସି ବିମାନ ଚଳାଚଳ ବାତିଲ ହେଲେ ଯାତ୍ରୀଙ୍କୁ ଟିକେଟ୍ ଅର୍ଥ ସହ କ୍ଷତିପୂରଣ ଦିଆଯିବ। ବିମାନ ଆସନ୍ତା ଦିନ ପର୍ଯ୍ୟନ୍ତ ବାତିଲ ହେଲେ ଅଧିକ ଦେୟ ନନେଇ ଯାତ୍ରୀଙ୍କ ହୋଟେଲରେ ରହଣୀ ପାଇଁ ବିମାନ କମ୍ପାନୀଗୁଡ଼ିକୁ ବ୍ୟବସ୍ଥା କରିବାକୁ ପଡ଼ିବ। କନେକ୍ଟିଭ (ଯୋଜକ) ବିମାନ ଆଗୁଆ ଚାଲିଗଲେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂଣରଣ ଦିଆଯିବ। ବିମାନ ୪ ଘଣ୍ଟାରୁ ଅଧିକ ବିଳମ୍ବିତ ହେଲେ ଯାତ୍ରୀ ଟିକେଟ୍ ବାତିଲ କରିପାରିବେ।