www.samajalive.in
Monday, December 15, 2025
27.1 C
Bhubaneswar

ବ୍ୟାଗ ହଜିଗଲେ କିଲୋ ପ୍ରତି ମିଳିବ ୩ ହଜାର ଟଙ୍କା

ନୂଆଦିଲ୍ଲୀ:  ବ୍ୟାଗ ହଜିଗଲେ କିଲୋ ପ୍ରତି  ୩ ହଜାର ଟଙ୍କା ମିଳିବଏହା  ପଢିଲେ ଟିକିଏ ଅଡୁଆ ଲାଗୁଥିବା । ଭାରତରେ ଏପରି ନିୟମ ଲାଗୁ କରାଯାଇଛି । ବିମାନରେ ଯାତ୍ରା କରୁଥିବା ବେଳେ ବିମାନ କମ୍ପାନୀ ଯଦି ଆପଣଙ୍କ ବ୍ୟାଗ ହଜାଇ ଦିଏ ତେବେ ବ୍ୟାଗର ଓଜନ ଅନୁସାରେ କ୍ଷତି ପୂରଣ ଦେବ । ପ୍ରତି କିଲୋ ୩ ହଜାର ଟଙ୍କା କ୍ଷତି ପୂରଣ ଦେବ ବୋଲି ନିୟମ ଲାଗୁ  କରିବା ପାଇଁ ଚିଠା ପ୍ରସ୍ତୁତ କରାଯାଇଛି ।

 

- Advertisement -

ଏହାସହ  ବିମାନ ଟିକେଟ୍‍ ବୁକିଂ ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଲଗ୍‍ ଇନ ବିକଳ୍ପ ରହିବ। ବିମାନ ଯାତ୍ରା ସମୟର ୯୬ ଘଣ୍ଟା ପୂର୍ବରୁ ଟିକେଟ୍‍ ବାତିଲ କଲେ କୌଣସି ବାତିଲ୍‍ ଦେୟ ଦେବାକୁ ପଡ଼ିବ ନାହିଁ। ଟିକେଟ୍‍ ବୁକିଂର ୨୪ ଘଣ୍ଟା ମଧ୍ୟରେ ନାମ, ଠିକଣା ଆଦି ବଦଳାଯାଇ ପାରିବ ବା ପରିବର୍ତ୍ତନ କରିହେବ। ନାମ ଏବଂ ଠିକଣା ପରିବର୍ତ୍ତନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କୌଣସି କ୍ଷେତ୍ରରେ ଟିକେଟ୍‍ ବାତିଲ ଦେୟ ଯାତ୍ରା ଏବଂ ଇନ୍ଧନ ଖର୍ଚ୍ଚରୁ ଅଧିକ ହେବ ନାହିଁ। ବିମାନ କମ୍ପାନୀଙ୍କ ତ୍ରୁଟିରୁ କୌଣସି ବିମାନ ଚଳାଚଳ ବାତିଲ ହେଲେ ଯାତ୍ରୀଙ୍କୁ ଟିକେଟ୍‍ ଅର୍ଥ ସହ କ୍ଷତିପୂରଣ ଦିଆଯିବ। ବିମାନ ଆସନ୍ତା ଦିନ ପର୍ଯ୍ୟନ୍ତ ବାତିଲ ହେଲେ ଅଧିକ ଦେୟ ନନେଇ ଯାତ୍ରୀଙ୍କ ହୋଟେଲରେ ରହଣୀ ପାଇଁ ବିମାନ କମ୍ପାନୀଗୁଡ଼ିକୁ ବ୍ୟବସ୍ଥା କରିବାକୁ ପଡ଼ିବ। କନେକ୍ଟିଭ (ଯୋଜକ) ବିମାନ ଆଗୁଆ ଚାଲିଗଲେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂଣରଣ ଦିଆଯିବ। ବିମାନ ୪ ଘଣ୍ଟାରୁ ଅଧିକ ବିଳମ୍ବିତ ହେଲେ ଯାତ୍ରୀ ଟିକେଟ୍‍ ବାତିଲ କରିପାରିବେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories