ବାବୁଙ୍କୁ ଅଡ଼ୁଆ: ରିଫ୍ରେସର କୋର୍ସରେ ଉତ୍ତୀର୍ଣ୍ଣ ପରେ ମିଳିବ ପାହ୍ୟା

0

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଆଉ ସିଧାସଳଖ କ୍ୟାଡର ବା ପାହ୍ୟା ଓ ସେବା ପଦବୀ ମିଳିବ ନାହିଁ। ସେମାନଙ୍କୁ ଏଥିପାଇଁ ପ୍ରଥମେ ଏକ ତିନିମାସିଆ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସେହି ଅନୁଯାୟୀ ପାହ୍ୟା ମିଳିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏ ସମ୍ପର୍କିତ ପ୍ରସ୍ତାବ ଉପରେ ମତାମତ ପାଇଁ କେନ୍ଦ୍ର କାର୍ମିକ ବିଭାଗ ସମସ୍ତ ବିଭାଗକୁ ପତ୍ର ଲେଖିଛନ୍ତି।
ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ର୍ୟାଙ୍କ ଅନୁଯାୟୀ ସେମାନଙ୍କୁ ପ୍ରାୟ ୨୪ଟି ସେବାର ପାହ୍ୟା ପ୍ରଦାନ କରାଯାଉଛି। ଏହାପରେ ସେମାନଙ୍କୁ ମସୌରୀ, ହାଇଦ୍ରାବାଦ୍‍ ଓ ଭୋପାଲ୍‍ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାଶ୍‍ନାଲ୍‍ ଏକାଡେମୀ ଅଫ୍‍ ଆଡମିନିଷ୍ଟ୍ରେସନ୍‍ରେ ତାଲିମ୍‍ ଦିଆଯାଉଛି। କିନ୍ତୁ ରିଫ୍ରେସର କୋର୍ସ ପ୍ରଚଳନ ପରେ ପୁଣି ଥରେ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ସେଥିରେ ମିଳିବାକୁ ଥିବା ନମ୍ବର ଆଧାରରେ ପାହ୍ୟା ମିଳିବ।

Leave A Reply