ଆମେ ଜାଣିଛୁ ଆଇଏସର ନୂଆ ମୁଖ୍ୟ କେଉଁଠି ଅଛି ଏବଂ ଖୁବଶୀଘ୍ର ନିପାତ କରିବୁ : ଟ୍ରମ୍ପ
ୱାଶିଂଟନ : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସକୁ ନିପାତ କରିବା ପାଇଁ ଆମେରିକା ଯୋରଦାର ପ୍ରୟାସ ଜାରି ରଖିଛି। ନିକଟରେ ଆମେରିକା ସେନା ଆଇଏସ ମୁଖ୍ୟ ଅବୁ ବକର ଅଲ୍-ବାଗଦାଦୀକୁ ନିପାତ କରିଥିଲା। ବାଗଦାଦୀର ମୃତ୍ୟୁ ପରେ ଆଇଏସର ନୂତନ ଉତ୍ତରାଧିକାରୀକୁ ଖୁବଶୀଘ୍ର ନିପାତ କରିବା ପାଇଁ ଆମେରିକାର ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି।
ଏନେଇ ମଙ୍ଗଳବାର ଦେଇଥିବା ଭାଷଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଆମେ ଜାଣି ସାରିଛୁ ଆଇଏସର ନୂଆ ମୁଖ୍ୟ ଏବେ କେଉଁଠାରେ ଅଛି। ଖୁବଶୀଘ୍ର ତାକୁ ନିପାତ କରିବୁ।
ସୂଚନାଯୋଗ୍ୟ, ୨୮ ଅକ୍ଟୋବରରେ ଆମେରିକା ସେନା ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନ ଉପରେ ଆକ୍ରମଣ କରି ତାର ମୁଖ୍ୟ ଆବୁ ବକର୍ ବାଗଦାଦିକୁ ନିପାତ କରିଥିଲା। ଆମେରିକା ରାଷ୍ଟପତି ଡୋନାଲ ଟ୍ରମ୍ପ ଏନେଇ ଟ୍ୱିଟ୍ କରି ସୂଚନା ଦେଇ କହିଥିଲେ ଆମେରିକା ସେନା ବିଶ୍ୱର ୧ନମ୍ବର ଆତଙ୍କୀ ବାଗଦାଦୀକୁ ନିପାତ କରିଛି।
Comments are closed.