ଓଓ୍ଵେସି ତୁମେ ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଅ : ମହନ୍ତ ନରେନ୍ଦ୍ର ଗିରି

ଅଯୋଧ୍ୟା : ସୁପ୍ରିମକୋର୍ଟରେ ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଆସିବା ପରେ ଏଆଇଏମଆଇଏମ୍ ନେତା ଅସଉଦ୍ଦିନ ଅଓ୍ଵେସୀଙ୍କ ଦେଇଥିବା ବୟାନକୁ ନେଇ ଅଖିଳ ଭାରତୀୟ ଅଖାଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ରାଗି ଯାଇଛନ୍ତି। ସେ ଓଓ୍ପେସିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ନ ମାନିବା ଦେଶଦ୍ରୋହ ଶଦୃଶ। ସେ ସବୁବେଳେ ହିନ୍ଦୁଙ୍କ ବିରୋଧରେ ବୟାନ ଦେଇ ଆସୁଛନ୍ତି। ଯଦି ଓଓ୍ଵେସିଙ୍କୁ ଭାରତ ଭଲ ଲାଗୁ ନାହିଁ ତେବେ ଦେଶ ଛାଡ଼ି ପାକିସ୍ତାନ ଚାଲି ଯିବା ଉଚିତ୍।
ମହନ୍ତ ନରେନ୍ଦ୍ର ଗିରି ଚେତାବନୀ ଦେଇ କହିଛନ୍ତି ଯେ, ଅଓ୍ଵେସୀ ସର୍ବଦା ହିନ୍ଦୁ ଓ ସାଧୁ ସନ୍ଥଙ୍କ ଅପମାନ କରି ଆସିଛନ୍ତି। ସେ ଯଦି ଏହି ପରି ଭାଷା ପୁନର୍ବାର ପ୍ରୟୋଗ କରନ୍ତି ତେବେ ସାଧୁ ସନ୍ଥ ସମାଜ ଓ ଅଖାଡ଼ା ପରିଷଦ ଏହାକୁ ବରଦାସ୍ତ କରିବେ ନାହିଁ।
ଉଲ୍ଲେଖ ଯୋଗ୍ୟ, ସୁପ୍ରିମକୋର୍ଟ ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଥିଲେ। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ପ୍ରଦାନ ପାଇଁ କୋର୍ଟ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଏହି ରାୟରେ ଏଆଇଏମଆଇଏମ୍ ନେତା ଅସଉଦ୍ଦିନ ଓୱେସି ଅସନ୍ତୋଷ ପ୍ରକାଶ କରି ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ମୁଁ ସୁପ୍ରିମକୋର୍ଟଙ୍କ ଏହି ରାୟରେ ସନ୍ତୁଷ୍ଟ ନାହିଁ। ଏଥିରେ ଆମର ଅଧିକାର ରହିଛି। ଆମେ ଆମର ଅଧିକାରର ଲଢେଇ ଲଢୁଛୁ। ସୁପ୍ରିମ୍‌କୋର୍ଟ ‘ସର୍ବୋଚ୍ଚ’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଆମକୁ ଦାନ ଆକାରରେ ଦିଆଯାଉଥିବା ୫ଏକର ଜମିର କୌଣସି ଆବଶ୍ୟକତା ନାହିଁ।

kalyan agarbati

Comments are closed.