୨୦ତମ ସୈରେନ୍ଦ୍ରୀ ନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର : ସ୍ଥାନୀୟ କମିଶନର କଲୋନୀ ପଡିଆ ଠାରେ ଗତ ୩୧ ତାରିଖରୁ ଚାଲୁଥିବା ସୈରେନ୍ଦ୍ରୀ ନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଶାସନର ବିକାଶ କନସେପ୍ଟ ସ୍କୁଲ ଓ ନୃସିଂହ ଗୁରୁ ଟାଉନ ସ୍କୁଲ ପରସ୍ପର ବିରୋଧରେ ଖେଳିଥିଲେ।

prayash

ଫାଇନାଲର ପ୍ରଥମାର୍ଦ୍ଧରେ ଟାଉନ ସ୍କୁଲ ଦଳ କୌଶଳାତ୍ମକ ଖେଳ ଦେଖାଇ ୧ – ୦ ରେ ଆଗରେ ରହିଥିଲେ। କିନ୍ତୁ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ବିକାଶ ଦଳ ଆକ୍ରମଣାତ୍ମକ ଖେଳର ପ୍ରଦର୍ଶନ କରି ଗୋଟିଏ ଗୋଲ ଦେବାରୁ ଶେଷରେ ସ୍ଥିତି ୧ – ୧ ଗୋଲରେ ସମାନ ସ୍ଥିତିରେ ରହିଯାଇଥିଲା। ଏଣୁ ଟାଇବ୍ରେକର ପଦ୍ଧତିରେ ବିକାଶ ଦଳ ୬ – ୪ ଗୋଲରେ ବିଜୟୀ ହୋଇ ଚଳିତ ବର୍ଷର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।

ମ୍ୟାଚ ପରେ ଆୟୋଜିତ ଉଦଯାପନୀ ଉତ୍ସବରେ ଗୋକୁଳ ଦର୍ଜୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସଦାଶିବ ପୁରୋହିତ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାୟକ ଓ ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ଅତିଥି ଭାବରେ ଯୋଗ ଦେଇଥିଲେ।  ବିଜେତା, ଉପ ବିଜେତା ଓ ଖେଳାଳୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ବିକାଶ ଦଳ ପ୍ରତ୍ୟୁଷ ମିଞ୍ଜଙ୍କୁ ଦିଆଯାଇଥିଲା। ଉଦଯାପନୀ କାର୍ଯ୍ୟକ୍ରମକୁ ଡ. ବିଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ।

kalyan agarbati

Comments are closed.