ପ୍ରତି ଆଇପିଏଲ ମ୍ୟାଚ୍ ପୂର୍ବରୁ ଜାତୀୟ ସଂଗୀତ ଗାନ ହେଉ : କିଙ୍ଗସ ଏକାଦଶ ପଞ୍ଜାବ କୋ-ଓନର ନେସ ୱାଡିଆ
ନୂଆଦିଲ୍ଲୀ : ଆସନ୍ତାବର୍ଷ ୨୦୨୦ଇଣ୍ଡିଆନ ପ୍ରିମିୟମ ଲିଗ(ଆଇପିଏଲ) ପାଇଁ ଏକାଧିକ ପରିବର୍ତ୍ତନ କରିବା ପାଇଁ ବିସିସିଆଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହିକ୍ରମରେ ପ୍ରତି ଆଇପିଏଲ ମ୍ୟାଚ୍ ପୂର୍ବରୁ ଜାତୀୟ ସଂଗିତ ଗାନ ପାଇଁ ଦାବି ଆରମ୍ଭ ହୋଇଥିବା ଜଣାପଡିଛି। ଏନେଇ କିଙ୍ଗସ ଏକାଦଶ ପଞ୍ଜାବର କୋ-ଓନର ନେସ ୱାଡିଆ ଗୁରୁବାର ବିସିସିଆଇକୁ ଚିଠି ଲେଖି ନିବେଦନ କରିଛନ୍ତି।
ସେହିପରି ନିକଟରେ ଭାରତୀୟ କ୍ରିକେଟ କେୟଣ୍ଟ୍ରାଲ ବୋର୍ଡ( ବିସିସିଆଇ) ପକ୍ଷରୁ ଇଣ୍ଡିଆନ ପ୍ରିମିୟମ ଲିଗ(ଆଇପିଏଲ)ରେ କେତେକ ନୂଆ ନିୟମ ଲାଗୁ କରିବା ପାଇଁ ଯୋଜନା କରୁଛି। ବିସିସିଆଇର ଯୋଜନା ଅନୁସାରେ ଗୋଟିଏ ହେଉଛି ଆଇପିଏଲରେ ଅନ୍ତର୍ଜାତୀୟ ମ୍ୟାଚ ଭଳି ପାୱାରପ୍ଲେ ଲାଗୁ କରାଯିବ। ଯାହାଦ୍ବାରା ଖେଳ ଅଧାରୁ ଫିଲ୍ଡିଂରେ ପରିବର୍ତ୍ତନ କରାଯାଇ ପାରିବ। ଯାହାଫଳରେ ଆଇପିଏଲ କ୍ରିକେଟର ରୋମାଞ୍ଚ ଅଧିକ ମାତ୍ରାରେ ବଢିଯିବ। ଅନ୍ୟଟି ହେଉଛି, ଆଇପିଏଲରେ ନୋ-ବଲ ବିବାଦର ସମାଧାନ କରିବାପାଇଁ ଅତିରିକ୍ତ ଅମ୍ପାୟାର ରହିବା ଅର୍ଥାତ ଦୁଇ ଫିଲ୍ଡ ଅମ୍ପାୟାରଙ୍କ ବ୍ୟତୀତ ଜଣେ ଅତିରିକ୍ତ ଅମ୍ପାୟାର ରହିବେ। ଏହି ଅମ୍ପାୟାର ଜଣଙ୍କ କେବଳ ନୋ-ବଲ ଗୁଡ଼ିକୁ ଚେକ୍ କରିବେ। ତେବେ ସେ ଥାର୍ଡ ଅମ୍ପାୟାର ଭାବେ ଗଣତି ହେବେ ନାହିଁ।
Comments are closed.