www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନ ସରକାରଙ୍କ ଜାଲିଆତି; କର୍ତ୍ତାରପୁର ଭିଡିଓ ସଙ୍ଗୀତରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତା

ନୂଆଦିଲ୍ଲୀ: ଶିଖ୍‌ ଧର୍ମ ପ୍ରତିଷ୍ଠାତା ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ ଆସନ୍ତା ୯ ତାରିଖରେ ପାକିସ୍ତାନ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବ। ଏହି ଐତିହାସିକ ଉତ୍ସବକୁ ଉଭୟ ଭାରତ ଏବଂ ପାକିସ୍ତାନବାସୀ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ପାକ୍‌ ସରକାରଙ୍କ ଏକ ଜାଲିଆତି ପଦାରେ ପଡ଼ିଛି, ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ପାକ୍‌ ସରକାର ଗୋଟିଏ ପଟେ ଶିଖ୍‌ ଧର୍ମାବଲମ୍ବୀଙ୍କ ଉଦ୍ଦେଶ୍ୟରେ ବିରାଟ ଉତ୍ସବର ଆୟୋଜନ କରୁଥିବାବେଳେ ଅନ୍ୟପଟେ ଶିଖ୍‌ ବିଚ୍ଛିନ୍ନତାବାଦୀମାନଙ୍କୁ ସମ୍ନାନ ପ୍ରଦର୍ଶନ କରି ବିବାଦ ଘେରକୁ ଆସିଛନ୍ତି।

ସୂଚନା ଅନୁସାରେ, କର୍ତ୍ତାରପୁର କରିଡର ଉଦ୍‌ଘାଟନ ପୂର୍ବରୁ ପାକିସ୍ତାନ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଭିଡିଓ ସଙ୍ଗୀତ ଉନ୍ମୋଚନ କରାଯାଇଛି। ମାତ୍ର ଏହି ଭିଡିଓ ସଙ୍ଗୀତର ପ୍ରଚ୍ଛଦପଟରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଫଟୋ ଦେଖିବାକୁ ମିଳିଛି। ଏଥିରେ ସବୁଠାରୁ ବିବାଦୀୟ ଜରନେଲ ସିଂହ ଭିନ୍ଦ୍ରନୱାଲେଙ୍କ ସମେତ ମେଜର ଜେନେରାଲ ଶାବେଗ ସିଂହ ଏବଂ ଅମ୍ରିକ ସିଂହ ଖଲସାଙ୍କ ଫଟୋ ରହିଛି। ଏହି ୩ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତା ୧୯୮୪ରେ ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅପରେଶନ ବ୍ଲୁ ଷ୍ଟାରରେ ନିହତ ହୋଇଥିଲେ।

- Advertisement -

ଉଲ୍ଲେଖଯୋଗ୍ୟ, ଶିଖ୍‌ ବିଚ୍ଛିନ୍ନତାବାଦୀ ନେତା ଭିନ୍ଦ୍ରନୱାଲେ ଦାମଦାମୀ ତକ୍‌ସଲ ସଂଗଠନର ମୁଖ୍ୟ ଥିଲେ। ଭାରତୀୟ ସେନାର ଜଣେ ଅଧିକାର ଶାବେଗ ସିଂହ ଏକ ଦୁର୍ନୀତି ଅଭିଯୋଗରେ କୋର୍ଟ ମାର୍ଶଲ ହେବା ପରେ ୧୯୮୪ରେ ଉକ୍ତ ସଂଗଠନରେ ଯୋଗଦେଇଥିଲେ। ସେହିପରି ଅମ୍ରିକ ସିଂହ ଖଲସା ଜଣେ ଖଲିସ୍ତାନୀ ଛାତ୍ର ହୋଇଥିବାବେଳେ ଭାରତରେ ନିଷିଦ୍ଧ ସଂଗଠନ ଅଲ ଇଣ୍ଡିଆ ଶିଖ୍‌ ଷ୍ଟୁଡେଣ୍ଟ୍‌ସ ଫେଡେରେଶନ(ଏଆଇଏସଏସଡି)ର ମୁଖ୍ୟ ଥିଲେ। ଭାରତୀୟ ଶିଖ୍‌ ସମ୍ପ୍ରଦାୟ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଏହି ୩ ନେତାଙ୍କ ଫଟୋକୁ ପାକ୍‌ ସରକାର କର୍ତ୍ତାରପୁର କରିଡର ଉପରେ ନିର୍ମିତ ଏକ ଭିଡିଓ ସଙ୍ଗୀତରେ ସ୍ଥାନ ଦେଇଥିବାରୁ ପଞ୍ଜାବ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories