www.samajalive.in
Wednesday, December 10, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି-ଶିବସେନା ଛକାପଞ୍ଝା, ରାଜ୍ୟପାଳଙ୍କୁ ପୃଥକ ଭେଟିଲେ

ମୁମ୍ବଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଫଳରେ ଶିବସେନା ଏବଂ ବିଜେପି ପୃଥକ ଭାବେ ରାଜ୍ୟପାଳଙ୍କୁ ଭେଟିବା ନିଷ୍ପତ୍ତି ହୋଇଛି। ସୋମବାର ପ୍ରଥମେ ରାଜ୍ୟ ପରିବହନ ମନ୍ତ୍ରୀ ଏବଂ ଶିବସେନା ନେତା ଦିବାକର ରାଓତେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ୨୦୧୪ରେ ଉଭୟ ଦଳ ମେଣ୍ଟ କରି ସରକାର ଗଠନ କରିଥିଲେ। କିନ୍ତୁ ଏଥର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ଦଳ ମଧ୍ୟରେ ଭାଗ ଛିଣ୍ଡୁ ନ ଥିବାରୁ ମେଣ୍ଟ ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଶିବସେନା ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛି। ଶିବସେନା ନେତା ଦିବାକର ରାଓତେ ଗଣମାଧ୍ୟମକୁ କହିଛନ୍ତି, ଦୀପାବଳି ଉତ୍ସବ ପାଇଁ ସୌଜନ୍ୟମୂଳକ ଭାବେ ରାଜ୍ୟପାଳଙ୍କୁ ଭେଟିଥିଲୁ, ଅନ୍ୟ କୌଣସି କାରଣ ନାହିଁ।

- Advertisement -

ତେବେ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଯଦିଓ କୌଣସି ଏଜେଣ୍ଡା ସ୍ଥିରୀକୃତ ହୋଇନାହିଁ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସହିତ ସରକାର ଗଠନ ସମ୍ପର୍କରେ ନିଶ୍ଚିତ ଆଲୋଚନା କରିବେ। ବର୍ତ୍ତମାନର ରାଜନୈତିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସୂଚନା ଦେବା ସହିତ ସରକାର ଗଠନ ପାଇଁ ଦାବି ଜଣାଇବେ। ଶିବସେନା ନେତା ରାଓତେ ମଧ୍ୟ ଉପସ୍ଥିତ ରହିବେ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଦଳର ବିଧାୟକମାନଙ୍କ ମଧ୍ୟରେ ହୋଇଥିବା ବୈଠକର ନିଷ୍ପତ୍ତି ସମ୍ପର୍କରେ ରାଓତେ ଅବଗତ କରାଇବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories