www.samajalive.in
Saturday, December 6, 2025
14.1 C
Bhubaneswar

ବଢୁଛି ବିଷ ବଳୟର ମାତ୍ରା: ଏକ୍ୟୁଆଇ ୪୦୦ରୁ ଅଧିକ

ନୂଆଦିଲ୍ଲୀ : ଦୀପାବଳି ପରେ ଦିଲ୍ଲୀର ସହରର ବାୟୁ ପ୍ରଦୂଷଣ ମାନ ପୁଣି ଥରେ ଅତି ନିମ୍ନସ୍ତରକୁ ଖସିଆସିଛି। ରବିବାର ସହରର ବାୟୁମାନକ ସୂଚକାଙ୍କ ୩୮୨ ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ପ୍ରକାଶ। ଏହି ତଥ୍ୟରୁ ଜଣାପଡୁଛି ଯେ ସହରର ପ୍ରଦୂଷଣ ମାତ୍ରା ଗମ୍ଭୀରସ୍ଥିତି ଆଡକୁ ଯାଉଛି। ଏକ୍ୟୁଆଇ ୪୦୦ରୁ ଅଧିକ ରହିଲେ ଏହାକୁ ଗମ୍ଭୀର ବୋଲି ବିବେଚନା କରାଯାଇଥାଏ। ରବିବାର ଦିଲ୍ଲୀର ୪୦ଟି ପ୍ରଦୂଷଣ ମନିଟରିଂ ଷ୍ଟେସନର ରିପୋର୍ଟରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଯାଇଛି। ଆନନ୍ଦ ବିହାର, ଅଶୋକ ବିହାର, ଦ୍ବାରକା, ଜାହାଙ୍ଗିରପୁର, ମୁଣ୍ଡକା, ନଜଫଗଡ, ଲଜ୍‌ପତ ନଗର, ବିବେକ ବିହାର, ରୋହିଣୀ, ପଞ୍ଜାବି ବାଗ ଆଦି ଅଞ୍ଚଳରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି। ଲଜ୍‌ପତ ନଗରରେ ଏକ୍ୟୁଆଇ ୪୩୦ ରେକର୍ଡ କରାଯାଇଛି। ସେହିପରି ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୬ ରହିଥିବାବେଳେ ରୋହିଣୀରେ ୪୩୫, ପଞ୍ଜାବି ବାଗରେ ୪୨୫ ରହିଛି। ଦୀପାବଳି ପରଦିନ ଅର୍ଥାତ୍‌ ନଭେମ୍ବର ୧ରେ ଦିଲ୍ଲୀର ବାୟୁପ୍ରଦୂଷଣ ବୃଦ୍ଧି ପାଇଥିଲା। ଏହିଦିନ ସହରର ଏକ୍ୟୁଆଇ ୩୫୯ ରହିଥିଲା। ମାତ୍ର ରବିବାର ପ୍ରଦୂଷଣ ମାନ ଏହାଠାରୁ ଆହୁରି ତଳକୁ ଖସିଆସିଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାରଙ୍କ ସହିତ ପଡୋଶୀ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଏହା ସତ୍ତ୍ବେ ସହରର ପ୍ରଦୂଷଣ ମାନ ବଢିଚାଲିଛି। ପଡୋଶୀ ରାଜ୍ୟରେ ନଡାକୁଟା ପୋଡି କାର୍ଯ୍ୟକୁ ବନ୍ଦ କରାଯାଇଛି। ନଭେମ୍ବର ୧ରେ ହୋଇଥିବା ପ୍ରଦୂଷଣର ୩୫% କାରଣ ହୋଇଥିଲା ନଡାକୁଟା ପୋଡି। ମାତ୍ର ନଭେମ୍ବର ୩ (ରବିବାର)ରେ ହୋଇଥିବା ପ୍ରଦୂଷଣର ୧୫% କାରଣ ହେଉଛି ନଡାକୁଟା ପୋଡି। ଦିଲ୍ଲୀ ସହିତ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ମଧ୍ୟ ପ୍ରଦୂଷଣ ମାନ ନିମ୍ନ ସ୍ତରକୁ ଖସିଥିବା ଜଣାପଡିଛି। ହରିୟାଣାର ବହାଦୁରଗଡରେ ପ୍ରଦୂଷଣ ମାତ୍ରା ଅତିନିମ୍ନସ୍ତରକୁ ଖସିଆସିଛି। ଏଠାରେ ଏକ୍ୟୁଆଇ ୩୩୫ ରେକର୍ଡ କରାଯାଇଛି। ସେହିପରି ସୋନିପଥରେ ୩୨୧, ଗୁରୁଗ୍ରାମରେ ୨୮୧, ଉତ୍ତରପ୍ରଦେଶ ନଇଡାରେ ୩୧୩, ଗ୍ରେଟର ନଇଡାରେ ୨୪୮, ଗାଜିଆବାଦରେ ୨୯୦ ଓ ହାପୁରରେ ୨୮୦ ଏକ୍ୟୁଆଇ ରେକର୍ଡ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories