www.samajalive.in
Saturday, December 6, 2025
15.1 C
Bhubaneswar

ଏଥିପାଇଁ ଶୋଇଥିବା ଅବସ୍ଥାରେ ସାଙ୍ଗକୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା କଲା ସାଙ୍ଗ..

ପୁଣେ : ପୁଣେର ପିମ୍ପ୍ରି ଚିଞ୍ଚୱାଡରେ ଏକ ହତ୍ୟାକାଣ୍ଡ ହଇଚଇ ସୃଷ୍ଟି କରିଛି । ୨ ଜଣଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ପରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି । ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଖାଦ୍ୟ ତିଆରି ପାଇଁ ଯୁକ୍ତିତର୍କ ହେବା ପରେ ଅଭିଯୁକ୍ତ ଜଣକ ନିଜ ସାଙ୍ଗକୁ ପିଟିପିଟି ହତ୍ୟା କରିଛି । ଅଭିଯୁକ୍ତ, ମୃତକ ଓ ଅନ୍ୟ ୩ ଜଣ ଏକ ଘରୋଇ କମ୍ପାନୀରେ ତଦାରଖକାରୀ ଭାବେ କାମ କରୁଥିଲେ । ମୃତକ ଦୀପୁ କୁମାର ବୋଲି ଜଣାପଡିଛି ।
ରୋଷେଇ ପାଇଁ ଯୁକ୍ତିତର୍କ ହେବା ପରେ ସମସ୍ତେ ଶୋଇ ପଡିଥିଲେ । ମାତ୍ର ଅଭିଯୁକ୍ତ ମୁକେଶ ଏକ ଲୁହା ରଡ ନେଇ ଦୀପୁ ଶୋଇଥିବା ଅବସ୍ଥାରେ ତାଙ୍କ ମୁଣ୍ଡକୁ ବାରମ୍ବାର ପିଟି ପିଟି ନୃଶଂସ ଭାବେ ହତ୍ୟା କରିଥିଲା । ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ପୁଲିସ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଜାରି ରଖିଛି ।

ଅଲମୋରାରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌; ୧୫ରୁ ଅଧିକ ଯାତ୍ରୀ ମୃତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories