www.samajalive.in
Saturday, December 6, 2025
26.1 C
Bhubaneswar

ଯୋଗୀଙ୍କୁ ହତ୍ୟା ଧମକ: ମହିଳା ଗିରଫ, ୧୦ ଦିନରେ ଇସ୍ତଫା ଦେବାକୁ କରିଥିଲେ ଦାବି

ମୁମ୍ବଇ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ ରବିବାର ଥାଣେ ସହରରୁ ଫତିମା ଖାନ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଛି। ଯୋଗୀ ଆଦିତ୍ୟନାଥ ଯଦି ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ବୋଲି ମୁମ୍ବଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ହ୍ବାଟସଆପ୍‌ ବାର୍ତ୍ତା ଆସିଥିଲା। ତଦନ୍ତ କରିବା ପରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ଫତିମାଙ୍କ ମୋବାଇଲ ଫୋନରୁ ଆସିଥିବା ଜଣାପଡିଥିଲା। ମୋବାଇଲକୁ ଟ୍ରାକିଂ କରାଯାଇ ଫତିମାଙ୍କୁ ଥାଣେରୁ ଗିରଫ କରାଯାଇଥିଲା। ୨୪ ବର୍ଷୀୟା ଫତିମା ଜଣେ ଉଚ୍ଚଶିକ୍ଷିତା ମହିଳା। ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଫତିମାଙ୍କ ପିତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ତେବେ ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ପ୍ରକୃତ କେଉଁ କାରଣ ରହିଛି, ତାହା ପୁଲିସ ତଦନ୍ତ କରୁଛି। ଚଳିତମାସ ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବିଜେପିର ତାରକା ପ୍ରଚାରକ ଯୋଗୀ ଆଦିତ୍ୟନାଥ ଦଳୀୟ ପ୍ରଚାର କରିବାକୁ ମୁମ୍ବଇ ଆସିବାର କାର୍ଯ୍ୟକ୍ରମ ରହିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories