www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀନଗରରେ ବିସ୍ଫୋରଣ, ୧୨ ଆହତ

ଶ୍ରୀନଗର :  ଜାମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରସ୍ଥିତ ପର୍ଯ୍ୟଟକ ସୂଚନା କେନ୍ଦ୍ର ନିକଟରେ ଥିବା ମାର୍କେଟରେ ଗ୍ରେନେଡ ବିସ୍ଫୋରଣ ଘଟିଛି। ଏଥିରେ ୧୨ ଜଣ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ସ୍ଥାନୀୟ ମହାରାଜା ହରି ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ବିସ୍ଫୋରଣ ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ପ୍ରାଣ ବିକଳରେ ସେମାନେ ଏଣେ ତେଣେ ଦୌଡୁଥିବା ଲକ୍ଷ୍ୟ କରାଯାଇଥିଲା। ଦୋକାନୀମାନେ ଭୟଭୀତ ହୋଇ ନିଜର ଦୋକାନ ବନ୍ଦ କରିଦେଇଥିଲେ। ନିରାପତ୍ତାରକ୍ଷୀମାନେ ଉକ୍ତ ସ୍ଥାନକୁ ଘେରାଉ କରି ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ତଲାସି ଅଭିଯାନ ଜାରି ରଖିଛନ୍ତି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିଥିବାବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆତଙ୍କବାଦୀମାନେ ନିରୀହ ଲୋକ ଓ ଦୋକାନୀଙ୍କୁ ଟାର୍ଗେଟ କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓମାର କହିଛନ୍ତି। ସୂଚନାଯୋଗ୍ୟ ବିଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାରେ ନରସଂହାର ଚଳାଇଛନ୍ତି। ଗତ ଅକ୍ଟୋବର ୨୦ରେ ଜାମ୍ମୁ-କାଶ୍ମୀରର ଗାନ୍ଦେରବଲ ଜିଲାରେ ଆତଙ୍କବାଦୀମାନେ ଏକ ନିର୍ମାଣସ୍ଥଳୀ ଉପରେ ଆକ୍ରମଣ କରିବା ଫଳରେ ୬ ଜଣ ପ୍ରବାସୀ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କର ମୃତ୍ୟୁ ଘଟିଥିଲା। ଅବଶ୍ୟ ଶନିବାର ଅନନ୍ତନାଗ ଓ ଶ୍ରୀନଗରରେ ଘଟିଥିବା ଦୁଇଟିି ପୃଥକ ଗୁଳି ବିନିମୟ ଘଟଣାରେ ଜଣେ ପାକିସ୍ତାନୀ ସମେତ ୩ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories