www.samajalive.in
Monday, December 15, 2025
24.1 C
Bhubaneswar

ଭାରତ-ମ୍ୟାଁମାର ମଧ୍ୟରେ ୭ ରାଜିନାମା ସ୍ୱାକ୍ଷରିତ

ନା ପି ତୌ : ଭାରତ-ମ୍ୟାଁମାର ମଧ୍ୟରେ ଶୁକ୍ରବାର ୭ଟି ରାଜିନାମା ସ୍ୱାକ୍ଷର ହୋଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ମ୍ୟାଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟଙ୍କ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷର ହୋଇଛି। ସ୍ୱାକ୍ଷରିତ ରାଜିନାମା ମଧ୍ୟରେ ଦୁଇଦେଶର ନାଗରିକ ପରସ୍ପରର ସୀମା ଅତିକ୍ରମ କରିବା, ବାଗାନ ପ୍ରଦେଶରେ ଭୂକମ୍ପ ଜନିତ କ୍ଷୟକ୍ଷତିର ଭରଣା ପାଇଁ ନିର୍ମାଣ କାମ କରିବା, ଯୁଗ୍ମ ଅସ୍ତ୍ରବିରତି ଅନୁଧ୍ୟାନ କମିଟି ଗଠନ, ମ୍ୟାଁମାର ବୈଦେଶିକ ଅଫିସରଙ୍କୁ ଭାରତରେ ପ୍ରଶିକ୍ଷଣ ଦେବା, ମୋନୱାରେ ଭାରତ ଦ୍ୱାରା ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ଇତ୍ୟାଦି ରହିଛି। ଗୁରୁବାର ଠାରୁ ଦୁଇଦିନିଆ ମ୍ୟାଁମାର ଗସ୍ତରେ ଯାଇଥିବା ସୁଷମା ଏଠାକାର ପ୍ରମୁଖ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଦ୍ୱିପାକ୍ଷିକ ଆଲୋଚନା କାଳରେ ସୀମା, ସୁରକ୍ଷା, ଶାନ୍ତି, ବିକାଶ ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories