ନୂଆଦିଲ୍ଲୀ : ଲାଲୁ ଜାମିନରେ ଘରକୁ ଆସିବା ପରେ ଶୁକ୍ରବାର ତାଙ୍କୁ ସାକ୍ଷାତ କରିଛନ୍ତି ଯୋଗଗୁରୁ ରାମଦେବ। ଲାଲୁଙ୍କୁ ସେ ଜାମିନ ଓ ପୁଅ ବାହାଘର ପାଇଁ ଶୁଭେଚ୍ଛା ଜଣାଇବା ସହ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଲାଲୁ ନିୟମିତ ଯୋଗାଭ୍ୟାସ କରିବାକୁ ସେ କହିଛନ୍ତି। ୨୦୧୬ରେ ଲାଲୁଙ୍କ ନିମନ୍ତ୍ରଣକ୍ରମେ ରାମଦେବ ଦିଲ୍ଲୀରେ ତାଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ତେବେ ଏହା ପୂର୍ବରୁ ୨୦୧୧ରେ ଲାଲୁ ବିଜେପି ସମର୍ଥିତ ରାମଦେବଙ୍କୁ ପରିହାସ କରିଥିଲେ। ‘ରାମଦେବ ରାମଲୀଳା ମଇଦାନରେ ଯୋଗାସନ କରିବାକୁ କହିଥିଲେ; କିନ୍ତୁ ପୁଲିସକୁ ଦେଖି କୁଦାସନ କଲେ’ ବୋଲି କହିଥିଲେ।
Popular Categories



