www.samajalive.in
Thursday, December 11, 2025
27.1 C
Bhubaneswar

୪୦୦ବର୍ଷ ଧରି ଗାଁରେ କେହି ପ୍ରସବ କରି ନାହାନ୍ତି!

ରାଜଗଡ଼ : ମଧ୍ୟପ୍ରଦେଶର ରାଜଗଡ଼ ଅଞ୍ଚଳରେ ଏମିତି ଏକ ଗାଁ ରହିଛି ଯାହାକୁ ‘ଅଭିଶପ୍ତ ଗାଁ’ ଆଖ୍ୟା ଦିଆଯାଇଛି। ଏହି ଗାଁରେ ଗତ ୪୦୦ବର୍ଷ ଧରି କୌଣସି ମହିଳା ସନ୍ତାନବତୀ ହୋଇ ନାହାନ୍ତି କିମ୍ବା ଯିଏ ମା’ ହୋଇଛନ୍ତି ତାଙ୍କ ନିଜର ନଚେତ୍‍ ସନ୍ତାନର ମୃତ୍ୟୁ ହୋଇଛି। ମୃତ୍ୟୁ ବର୍ତ୍ତି ଯାଇଥିବା ଅନେକ ଅପଙ୍ଗ ହୋଇଯାଇଛନ୍ତି। କୌଣସି ଅଭିଶାପ କାରଣରୁ ଏଭଳି ଘଟୁଥିବା ଗ୍ରାମବାସୀ ବିଶ୍ୱାସ କରୁଛନ୍ତି; ହେଲେ ପ୍ରତିକାର କରିପାରୁ ନାହାନ୍ତି। ସେଥିପାଇଁ ମହିଳାମାନଙ୍କୁ ଗାଁ ବାହାରେ ପ୍ରସବ କରାଯାଏ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ।
ଏ ହେଉଛି ଭୋପାଳଠାରୁ ୧୩୦କିମି ଦୂର ଶଙ୍କା ଶ୍ୟାମ୍‍ ଜୀ ଗାଁର କାହାଣୀ। ସରପଞ୍ଚ ନରେନ୍ଦ୍ର ଗୁର୍ଜରଙ୍କ କହିବାନୁସାରେ ଗାଁର ୯୦ପ୍ରତିଶତ ପ୍ରସବ ସମ୍ପୃକ୍ତ ମହିଳାଙ୍କ ଇଚ୍ଛାମତେ ଗାଁ ବାହାର ଡାକ୍ତରଖାନାରେ କିମ୍ବା କୌଣସି ସ୍ଥାନରେ କରାଯାଇଥାଏ। ଜରୁରୀ ପରିସ୍ଥିତି ପାଇଁ ଗାଁ ବାହାରେ ଏକ ଘର ନିର୍ମାଣ କରାଯାଇଥିବା ସେ କହନ୍ତି। ଷୋଡ଼ଶ ଶତାବ୍ଦି ଗାଁରେ ଏକ ମନ୍ଦିର ନିର୍ମାଣ ହେଉଥିବାବେଳେ ଜନୈକ ମହିଳା ଏଥିରେ ବ୍ୟାଘାତ ସୃଷ୍ଟି କରିବାରେ ଈଶ୍ୱରଙ୍କ ଅଭିଶାପ ଯୋଗୁଁ ସେବେଠାରୁ ଏଭଳି ଦୁର୍ଦଶା ଲାଗି ରହିଥିବା ନରେନ୍ଦ୍ର କହନ୍ତି। ଗାଁର ସମସ୍ତେ ଏହାକୁ ବିଶ୍ୱାସ କରିଥାଆନ୍ତି। ଅନେକ ଏହାକୁ ଏକ ଅନ୍ଧବିଶ୍ୱାସ ବୋଲି ଅଭିହିତ କଲାବେଳେ ଗାଁ ଲୋକେ ଏହାକୁ ଅଗ୍ରାହ୍ୟ କରନ୍ତି। ଯେଉଁମାନେ କଥା ନ ମାନି ଗାଁରେ ପ୍ରସବ କରିଛନ୍ତି ସେମାନଙ୍କ ପିଲା ଅପଙ୍ଗ ହୋଇଯାଇଛନ୍ତି କିମ୍ବା ମୃତ୍ୟୁମୁଖରେ ପଡ଼ିଛନ୍ତି ବୋଲି ଅନେକେ ପ୍ରମାଣ ରଖନ୍ତି। ସବୁଠୁ ବଡ଼ କଥା ହେଉଛି; ଏହି ଭୟରେ ଗାଁରେ କେହି ଜଣେ ହେଲେ ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ କିମ୍ବା ଆମିଷ ଦ୍ରବ୍ୟ ଭକ୍ଷଣ କରନ୍ତି ନାହିଁ। ଏହାକୁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ଗ୍ରାମବାସୀ ମନେ କରନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories