www.samajalive.in
Monday, December 15, 2025
24.1 C
Bhubaneswar

‘ନାମୋ’ ଆପ୍‌ର ଚମତ୍କାରିତା: କର୍ଣ୍ଣାଟକର ୨୫ଲକ୍ଷ ଜନତାଙ୍କ ସହ ସଂଯୁକ୍ତ ହୋଇଛନ୍ତି ମୋଦି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ନାମୋ’ ଆପ୍‌ ମାଧ୍ୟମରେ ୨୫ଲକ୍ଷ ଜନତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଛନ୍ତି। ସେମାନଙ୍କ ସହିତ ସେ ଭିଡିଓରେ ପ୍ରତ୍ୟକ୍ଷ କଥାବାର୍ତ୍ତା ହୋଇଥିବା ବିଜେପି କର୍ମକର୍ତ୍ତା ଅମିତ ମାଲବ୍ୟ ସୂଚନା ଦେଇଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ସେ ସମସ୍ତ ନିର୍ବାଚନ ମଣ୍ଡଳୀରେ ଆପ୍‌ ମାଧ୍ୟମରେ ଜନତାଙ୍କ ସହ ଅଧିକ ସଂଖ୍ୟାରେ ଯୋଡ଼ି ହେବାର ଯୋଜନା ରଖିଥିବା ମାଲବ୍ୟ କହିଛନ୍ତି। ମୋଦି ପ୍ରଥମ ଓ ଏକମାତ୍ର ବିଶ୍ୱସ୍ତରୀୟ ନେତା ଭାବେ ଏଭଳି ଅଭିନବ ଯୋଗାଯୋଗ ବ୍ୟବସ୍ଥା କରିଥିବା ସେ ଦାବି କରିଛନ୍ତି। ମାଲବ୍ୟ ହେଉଛନ୍ତି ବିଜେପିର ଆଇଟି ବିଭାଗ ମୁଖ୍ୟ।
ମାଲବ୍ୟଙ୍କ ସୂଚନାନୁଯାୟୀ, ମୋଦି ନିର୍ବାଚନ ପ୍ରଚାର ଶେଷ ଦିନରେ କର୍ଣ୍ଣାଟକର ବିଜେପି ଏସ୍‌ସି, ଏସ୍‌ଟି, ଓବିସି ବର୍ଗ କର୍ମକର୍ତ୍ତାଙ୍କ ସହିତ ଭିଡିଓ ଆଲୋଚନା କରିଥିଲେ। ଏହାଛଡ଼ା ଦଳର ପ୍ରତ୍ୟେକ ପ୍ରାର୍ଥୀ ଓ ଅନ୍ୟ କର୍ମକର୍ତ୍ତା ତଥା କର୍ମୀଙ୍କ ସହିତ ମଧ୍ୟ ଏହି ଆପ୍‌ ମାଧ୍ୟମରେ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ଦଳର ସମର୍ଥକଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା। କର୍ଣ୍ଣାଟକ ନିର୍ବାଚନରେ ଏହି ଅତ୍ୟାଧୁନିକ ମୋବାଇଲ ଆପ୍‌ର ସର୍ବାଧିକ ବ୍ୟବହାର କରାଯାଇଛି। ଆସନ୍ତା ଲୋକସଭା ନିର୍ବାଚନ ବେଳକୁ ଏହି ପ୍ରକ୍ରିୟା ଅଧିକ ପରିବ୍ୟାପ୍ତ ହେବ ଓ ପ୍ରଧାନମନ୍ତ୍ରୀ ଅଧିକ ସଂଖ୍ୟାରେ ଲୋକଙ୍କ ନିକଟତର ହେବା ଯୋଜନା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଆପ୍‌ ମାଧ୍ୟମରେ ୧୦ ନିୟୁତ ଲୋକଙ୍କ ସହ ସମ୍ବନ୍ଧ ସ୍ଥାପନ ହୋଇପାରିଥିବା ମାଲବ୍ୟ ସୂଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories