ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁଲିଂ ପାର୍ଟି ଇଭିଏମ୍‍ ସହିତ ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି। ଶନିବାର ମତଦାନ ଅନୁଷ୍ଠିତ ହେବ ଏବଂ ୧୫ ତାରିଖ ମଙ୍ଗଳବାର ଭୋଟ୍‍ ଗଣତି ସହିତ ଫଳାଫଳ ପ୍ରକାଶ କରାଯିବ ।
ରାଜ୍ୟର ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ଟି ମତଦାନ ଅନୁଷ୍ଠିତ ହେବ। ଜୟନଗର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବି.ଏନ ବିଜୟକୁମାରଙ୍କ ବିୟୋଗ ଯୋଗୁଁ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ୬୧୭ଜଣ ମହିଳାଙ୍କ ସମେତ ମୋଟ ୨୬୨୭ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ୨୨୩ଜଣ ପ୍ରାର୍ଥୀ ଛିଡ଼ା କରାଇଥିବାବେଳେ କଂଗ୍ରେସର ୨୨୨ ପ୍ରାର୍ଥୀ ଛିଡ଼ା କରାଇଛି । ସେହିଭଳି ୨୦୧ ଆସନରେ ଜନତାଦଳ ଏସର ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୫ କୋଟି ୬ ଲକ୍ଷରୁ ଅଧିକ ଭୋଟଦାତାଙ୍କ ପାଇଁ ୫୮ ହଜାରରୁ ଉଦ୍ଧ୍ୱର୍ ଭୋଟ ଗ୍ରହଣ କେନ୍ଦ୍ର ଓ ୧୩୧୨ଟି ସହାୟକ ଭୋଟଗ୍ରହଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।
ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧିକୁ କଡ଼ାକଡି ପାଳନ କରିବାପାଇଁ ନିର୍ବାଚନ କମିଶନ୍‍ ଗଣମାଧ୍ୟମ ଓ ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଅଭିଯାନ ଶେଷ ହୋଇଛି ।

Leave A Reply