ମଧ୍ୟପ୍ରଦେଶ : ମାସେରେ ୧୭ ଚାଷୀଙ୍କ ଆତ୍ମହତ୍ୟା

0

ଭୋପାଳ : ମଧ୍ୟପ୍ରଦେଶର ଏକ ମାସ ମଧ୍ୟରେ ୧୭ ଚାଷୀ ଆତ୍ମହତ୍ୟା କରିଛନ୍ତି । ଅନେକ ଚାଷୀ ଋଣ ବୋଝ କାରଣରୁ ଆତ୍ମହତ୍ୟା କରିଛନ୍ତି । ମାତ୍ର ରାଜ୍ୟ ସରକାର ଆତ୍ମହତ୍ୟାର କାରଣ ଫସଲ ନଷ୍ଟ ବୋଲି ଦର୍ଶାଇଛନ୍ତି । ରାଜ୍ୟ ସରକାର ଚାଷୀଙ୍କୁ ସହାୟତା ପାଇଁ କିଛି କାର୍ଯ୍ୟ କରିନାହିଁ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ଫଳରେ ବିଭିନ୍ନ ଚାଷୀ ସଂଗଠନ ମେ’୧ରୁ ଜୁନ୍‌ ୧୦ ପର୍ଯ୍ୟନ୍ତ ଗ୍ରାମ ବନ୍ଧ ଡାକରା ଦେଇଛନ୍ତି । ମାଣ୍ଡାସୋରରୁ ଏହି ବନ୍ଦ ଆରମ୍ଭ ହେବ । ଜୁନ୍‌ ୬ରେ ଏହି ବନ୍ଦରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମାସେ ମଧ୍ୟରେ ମଧ୍ୟପ୍ରଦେଶର ସିହୋର, ନରସିଂହପୁର, ଧାର ଜିଲାର ଅନେକ ଚାଷୀ ଆତ୍ମହତ୍ୟା କରିଛନ୍ତି । ଚାଷୀ ଆତ୍ମହତ୍ୟା ସଂଖ୍ୟା ସରକାରୀ ସଂଖ୍ୟାଠାରୁ ବହୁ ଅଧିକ ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି ।

Leave A Reply