ପାଟଣ ଓ ସାହରପଡା ତହସିଲକୁ ରାଜସ୍ବ ମନ୍ତ୍ରୀଙ୍କ ଅଚାନକ ଗସ୍ତ

0

ପାଟଣା : ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି କେନ୍ଦୁଝର ଜିଲାର ପାଟଣା ଓ ସାହରପଡା ତହସିଲକୁ ଗୁରୁବାର ଅଚାନକ ଗସ୍ତ କରିଥିଲେ । ମନ୍ତ୍ରୀଙ୍କ ହଠାତ୍  ଗସ୍ତ ବିଭାଗୀୟ କର୍ମଚାରୀଙ୍କ ପାଇଁ ହଡବଡିଆ ପରିସ୍ଥିତି ସୃଷ୍ଟି କରିଥିଲା । ଭୂବନେଶ୍ବରରୁ ଠାକୁରମୁଣ୍ଡା ଖେଳ ପ୍ରତିଯୋଗିତାକୁ ଯିବା ସମୟରେ ସେ ପ୍ରଥମେ ପାଟଣା ତହସିଲରେ ପହଞ୍ଚି ଥିଲେ ।ତହସିଲଦାର ଶିବଚରଣ ମୁର୍ମୁ ଓ ଅତିରିକ୍ତ ତହସିଲଦାର ରୀମା ହାଂସଦା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମାନ୍ୟବର ମନ୍ତ୍ରୀ ତହସିଲଦାର ଓ ଅନ୍ୟ କର୍ମଚାରୀକୁ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବସୁନ୍ଧରା ଯୋଜନାରେ କେତେ ପଟ୍ଟା ବଣ୍ଟନ କରାଯାଇଛି । ରାଜସ୍ବ ଆଦାୟ ଲକ୍ଷ ପୂରଣ ହୋଇଛି କି ନାହିଁ ତାହା ମଧ୍ୟ ମାନ୍ୟବର ମନ୍ତ୍ରୀ ପଚାରି ବୁଝିଥିଲେ । ପାଟଣା ପରେ ସାହାରପଡା ତହସିଲ ଯାଇ ତହସିଲଦାର ଲମ୍ବୋଦର ଖୁଣ୍ଟିଆ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ମଧ୍ୟ ମନ୍ତ୍ରି ସମାନ ଉପଦେଶ ଦେଇଥିବା ଜଣାପଡ଼ିଛି ।

Leave A Reply