ଆଧାର ବାଧ୍ୟତାମୂଳକ ଉପରେ ସୁପ୍ରିମ କୋର୍ଟର ରାୟ ସଂରକ୍ଷିତ
ନୂଆଦିଲ୍ଲୀ: ଦୀର୍ଘ ୩୮ଦିନ ଶୁଣାଣି ପରେ ଶେଷରେ ସୁପ୍ରିମ କୋର୍ଟ ଆଧାର ବାଧ୍ୟତାମୂଳକ ଉପରେ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଏ ସମ୍ପର୍କରେ ନିଷ୍ପତ୍ତି ନେଇଯାଇ ଥିଲେ ମଧ୍ୟ ରାୟକୁ ସଂରକ୍ଷିତ ରଖାଯାଇଛି। ଆଧାର ଦ୍ୱାରା ବ୍ୟକ୍ତିର ବ୍ୟକ୍ତିଗତ ଗୋପନୀୟତା ନଷ୍ଟ ହେଉଛି କି ନାହିଁ ଏହା ଉପରେ କୋର୍ଟର ରାୟ ପ୍ରକାଶ ପାଇବ। ବ୍ୟାକ୍ତିଗତ ଗୋପନୀୟତା ପରି ମୌଳିକ ଅଧିକାରକୁ ଆଧାର ପରି ବ୍ୟବସ୍ଥା କ୍ଷୁର୍ଣ୍ଣ କରୁଛି କି ନାହିଁ ଏ ସମ୍ପର୍କରେ ସୁପ୍ରିମ କୋର୍ଟ ରାୟ ପ୍ରକାଶ କରିବାକୁ ଯାଉଛି। ସିଜେଆଇ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏ କେ ସିକ୍ରି, ଜଷ୍ଟିସ ଖାନବିଲକର, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଅଶୋକ ଭୂଷଣ ତଥା ୫ଜଣିଆ ଖଣ୍ଡପିଠ ଏହି ମାମଲାର ଶୁଣାଣି କରିଛନ୍ତି।
ଆଧାର ରାୟ ପ୍ରକାଶ ନପାରିବା ପର୍ଯ୍ୟନ୍ତ କେବଳ ସାମାଜିକ କଲ୍ୟାଣମୂଳକ ଯୋଜନା ବ୍ୟତୀତ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟସ୍ତରୀୟ ଯୋଜନାରୁ ଆଧାରକୁ ବାଦ ଦିଆଯାଇ ଥିଲା। ଇତିମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିବୃତ୍ତି ଗଣମାଧ୍ୟମରେ ପ୍ରକାଶ ପାଇଛି। ବ୍ୟକ୍ତିଗତ ଗୋପନୀୟତାକୁ ଢାଳ କରି ଭ୍ରଷ୍ଟାଚାର ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆ ନଯାଉ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଶାପ୍ରକାଶ କରିଛନ୍ତି।