ଲାଲୁଙ୍କ ବିରୋଧରେ ୨୦ହଜାର ପୃଷ୍ଠା ସମ୍ବଳିତ ଟେଣ୍ଡର ଦୁର୍ନୀତିର ଚାର୍ଜସିଟ୍‍

0

ପାଟନା: ସିବିଆଇ ଦ୍ୱାରା ରେଳବାଇରେ (ଆଇଆରସିଟିସି) ହୋଟେଲ ଟେଣ୍ଡର ଦୁର୍ନୀତିରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ, ରାବଡ଼ି ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୪ଜଣଙ୍କ ବିରୋଧରେ ୨୦ହଜାର ପୃଷ୍ଠାର ଚାର୍ଜସିଟି କୋର୍ଟରେ ଦାଖଲ କରିଛି। ଏହି ଦୁର୍ନୀତି ଅଭିଯୋଗରେ ଦିଲ୍ଲୀରେ ଗଠିତ ସ୍ୱତନ୍ତ୍ର କୋର୍ଟରେ ସିବିଆଇ ଏହି ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟରେ ଦୁର୍ନୀତି କେମିତି ଓ କିପରି ହେଲା ତାହାର ପୁଙ୍ଖାନୁପୁଙ୍ଖ ତାରିଖ ଓ ପ୍ରକ୍ରିୟାକୁ ଉଲ୍ଲେଖ କରାଯାଇଛି। ସ୍ପେସାଲ ଜଜ୍‍ ଅରବିନ୍ଦ କୁମାର ମାମଲାର ପରବର୍ତ୍ତୀ ଶୁଣାଣି ୧ଜୁନରେ କରିବେ। ୫ଜୁଲାଇ ୨୦୧୭ରେ ଏହି ଦୁର୍ନୀତି ପଞ୍ଜିକୃତ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣ ସଂଗ୍ରହ ନିମନ୍ତେ ସିବିଆଇକୁ ଦାୟିତ୍ୱ ଦେଇଥିଲେ। ଏହି ଚାର୍ଜସିଟ୍‍ ମୁତାବକ ପୁରୀ ଓ ରାଞ୍ଚିରେ ଦୁଇଟି ହୋଟେଲ ଆଇଆରସିଟିସିକୁ ଲିଜରେ ଦେବା ପାଇଁ ଲାଲୁଙ୍କୁ ୩ଏକର ଜମି ଉପହାର ସ୍ୱରୂପ ମିଳିଥିଲା। ହୋଟେଲ ମାଲିକ ପ୍ରଥମେ ଏହି ଜମିକୁ ସରଳା ଗୁପ୍ତା ନାମକ ଏକ କମ୍ପାନୀକୁ ବିକ୍ରି କରିଥିଲେ। ପରେ ଏହି କମ୍ପାନୀର ମାଲିକାନା ରାବଡ଼ି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମିଳି ଯାଇଥିଲା। ଏହି ଜମି ଉପରେ ବିହାରରେ ସବୁଠାରୁ ବଡ଼ ସପିଂ ମଲ ନିର୍ମାଣ କରାଯାଉ ଥିଲା।

Leave A Reply